ETV Bharat / bharat

ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ଦାବି କଲେ ଉଦ୍ଧବ ଠାକରେ

author img

By

Published : Apr 22, 2020, 10:08 AM IST

ଲକଡାଉନ୍ ସହିତ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ଏହି ଶ୍ରମିକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଦାବି କରିଛନ୍ତି।

maha govt.
ଉଦ୍ଧବ ଠାକରେ

ମୁମ୍ବାଇ: ସମଗ୍ର ବିଶ୍ବରେ କୋରୋନା ବିସ୍ତାର ଏତେ ବୃଦ୍ଧି ପାଇଛି ଯେ ଏହାକୁ ରୋକିବା ପାଇଁ ସମଗ୍ର ବିଶ୍ବ ଲକଡାଉନ୍ । ଏଭଳି ପରିସ୍ଥିତିରେ, ଭାରତରେ ପ୍ରଥମେ 14 ଏପ୍ରିଲ ଯାଏଁ ଲକଡାଉନ୍ ଘୋଷଣା କରାଯାଇଥିଲା । ଏବେ ଏହାକୁ 3 ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯଦି କେହି ଲକଡାଉନ୍ ସହିତ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ଏହି ଶ୍ରମିକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଦାବି କରିଛନ୍ତି।

ଅନ୍ୟ ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ମଧ୍ୟ ମହାରାଷ୍ଟ୍ରରେ ଫସି ରହିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଦ୍ଧବ ଠାକରେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ସ୍ବତନ୍ତ୍ର ଟ୍ରେନ୍ ମାଧ୍ୟମରେ ସେମାନଙ୍କ ଘରକୁ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସିଏମ ଠାକରେ ପିଏମ ମୋଦିଙ୍କ ଠାରୁ ଦାବି କରିଛନ୍ତି ଯେ, ଏପ୍ରିଲ ଶେଷ ସୁଦ୍ଧା କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମା ଜାରି କରନ୍ତୁ।

ଉଦ୍ଧବ ଠାକରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାପିତ ରିଲିଫ କ୍ୟାମ୍ପରେ ପ୍ରାୟ 6 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଏବଂ ଔଷଧ ସୁବିଧା ଯୋଗାଇ ଦିଆଯାଉଛି। ତଥାପି, ଏହି ସମୟରେ ସେମାନଙ୍କ ଘର ଏବଂ ପରିବାର ଠାରୁ ଦୂରରେ ରହିବା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଛି ।

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ 232 ଜଣଙ୍କର ମୃତ୍ୟୁ ହୋଇଛି। ଆଜି 150 ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ରାଜ୍ୟରେ ଚିକିତ୍ସାରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ 722 ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.