ETV Bharat / bharat

‘ମୁମ୍ବାଇବାଗ’ ପ୍ରଦର୍ଶନକାରୀଙ୍କୁ ଡରିଲେଣି ମହାରାଷ୍ଟ୍ର ସରକାର: ମେଧା ପାଟକର

author img

By

Published : Feb 12, 2020, 2:30 PM IST

ନାଗପାଡାରେ ‘ମୁମ୍ବାଇବାଗ’ରେ ଜାରି ରହିଥିବା ପ୍ରଦର୍ଶନରେ ସୁରକ୍ଷା ବାହୀନର ପ୍ରୟୋଗ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ମହାରାଷ୍ଟ୍ର ସରକାରଙ୍କୁ ତୀବ୍ର ବିରୋଧ କରିଛନ୍ତି ମେଧା ପାଟକର । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ମୁମ୍ବାଇ: ଜାତୀୟ ସ୍ତରର ସାମାଜିକ ଅଧିକାର କର୍ମୀ ମେଧା ପାଟକର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ନାଗପାଡାରେ ‘ମୁମ୍ବାଇବାଗ’ରେ ଜାରି ରହିଥିବା ପ୍ରଦର୍ଶନରେ ସୁରକ୍ଷା ବାହୀନର ପ୍ରୟୋଗ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ମହାରାଷ୍ଟ୍ର ସରକାରଙ୍କୁ ତୀବ୍ର ବିରୋଧ କରିଛନ୍ତି ମେଧା ପାଟକର ।

ଦିଲ୍ଲୀରେ ଶାହିନ ବାଗ ଭଳି ମୁମ୍ବାଇ ବାଗରେ ସିଏଏ, ଏନଆରସି, ଓ ଏନପିଆରକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଫଳରେ ଏହାକୁ ‘ମୁମ୍ବାଇ ବାଗ’ ପ୍ରଦର୍ଶକାରୀଙ୍କୁ ସମ୍ଭୋଧନ କରି ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ମେଧା । ଉଦ୍ଧବ ସରକାର ଗୋଟିଏ ପଟେ ସିଏଏ, ଏନଆରସି ଓ ଏନପିଆରକୁ ନେଇ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି । ହେଲେ ରାଜ୍ୟ ପୋଲିସ ପ୍ରଦର୍ଶନକାରୀଙ୍କ ପ୍ରଦର୍ଶନରେ ଅଯଥା ହସ୍ତକ୍ଷେପ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ଓ ସରକାର ଗଠନକୁ ନେଇ ମେଧା ବୟାନ ଦେଇଛନ୍ତି । ଦିଲ୍ଲୀବାସୀ ସାମ୍ପ୍ରଦାୟିକତା ରାଜନୀତିକୁ ଖାରଜ କରି ବିକାଶ ପାଇଁ କାମ କରୁଥିବା ସରକାରଙ୍କୁ ସମର୍ଥନ ଦେଇଛନ୍ତି । ଦିଲ୍ଲୀରେ ବିଜେପି ଶାହିନବାଗକୁ ଭୁଲ ଭାବରେ ଚିତ୍ରଣ କରିଥିଲା । ମାତ୍ର ଏଥିରେ ବିଫଳ ହେଲେ ବିଜେପି ସରକାର । ସୂଚନା ଯୋଗ୍ୟ ଯେ 26 ଜାନୁଆରୀରୁ ନାଗପଡାର ମୋରଲାଣ୍ଡ ରୋଡରେ ଶତାଧିକ ମହିଳା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ନାଗପାଡା ପୋଲିସ ଶନିବାର ଭାରତୀୟ ଦଣ୍ଡ ବିଧାନ ସିଆରପିସି ଅନୁଯାୟୀ ନୋଟିସ ପଠାଇଛି ।

PTI ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.