ନୂଆଦିଲ୍ଲୀ: ମହମାରୀର ଘନଘଟା ଭିତରେ ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଗୋଟିଏ ଦିନରେ ବାରମ୍ବାର ଭୂକମ୍ପ ଅନୁଭବ କରୁଛନ୍ତି ରାଜ୍ୟବାସୀ। ଯାହାକୁ ନେଇ ଆତଙ୍କର ବାତାବରଣ ଭିତରେ ଜୀବନ ବିତୁଛି।
ମଙ୍ଗଳବାର ସକାଳ 7 ଟା ସମୟରେ ତାଜିକିସ୍ତାନର ଦୁଶାନବେ ଭୂକମ୍ପର ଝଟକା ପାଇଛି। ରିକ୍ଟର ସ୍କେଲରେ ତୀବ୍ରତା 6.8 ରହିଥିଲା।
ସୂଚନା ଥାଉକି, ଭୂକମ୍ପର କେନ୍ଦ୍ରସ୍ଥଳ 341 କିଲୋମିଟର ESE (ପୂର୍ବ-ଦକ୍ଷିଣ-ପୂର୍ବ) ରେ ସୃଷ୍ଟି ହୋଇଥିଲା ବୋଲି ସେସିମୋଲୋଜି ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟରେ କାଶ୍ମୀର ଉପତ୍ୟକାରେ ମଧ୍ୟ ଉଚ୍ଚ ତୀବ୍ରତାର ଝଟକା ମଧ୍ୟ ଅନୁଭୂତ ହୋଇଥିଲା।