ETV Bharat / bharat

ଆସନ୍ତା 28ରୁ ଦିଲ୍ଲୀରେ ଗଡିବ ପ୍ରଥମ ଚାଳକ ବିହୀନ ମେଟ୍ରୋ - driverless metro in delhi

ଦିଲ୍ଲୀରେ ଆସନ୍ତା 28ରୁ ଗଡିବ ପ୍ରଥମ ଚାଳକ ବିହୀନ ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଗ୍ ଦେଖାଇ ଉନ୍ମୋଚନ କରିବେ । ଅଧିକ ପଢନ୍ତୁ...

ଆସନ୍ତା 28ରୁ ଦିଲ୍ଲୀରେ ଗଡିବ ପ୍ରଥମ ଚାଳକ ବିହୀନ ମେଟ୍ରୋ

author img

By

Published : Dec 24, 2020, 10:46 PM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ମ୍ୟାଜେଣ୍ଟା ଲାଇନରେ ଚାଲିବାକୁ ପ୍ରସ୍ତୁତ । ଏଥିପାଇଁ ମନ୍ତ୍ରଣାଳୟରୁ ଅନୁମୋଦନ ଗ୍ରହଣ କରାଯାଇଛି ଏବଂ ଏହି ସେବା ଡିସେମ୍ବର 28ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 37 କିଲୋମିଟର ଲମ୍ବା ମ୍ୟାଜେଣ୍ଟା ଲାଇନରେ ଡ୍ରାଇଭରହୀନ ମେଟ୍ରୋ ସେବା ଉଦଘାଟନ କରିବେ ।

ଏଥିସହ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ଥିବା ନ୍ୟାସନାଲ କମନ୍ ମୋବିଲିଟି କାର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦଘାଟନ କରିବେ । DMRC ର 18 ବର୍ଷ ପୂର୍ତ୍ତି ଅବସରରେ DMRC ଏହି ଘୋଷଣା କରିଛି । ସୂଚନା ଅନୁଯାୟୀ, ଦିଲ୍ଲୀ ମେଟ୍ରୋର ପିଙ୍କ୍ ଏବଂ ମ୍ୟାଜେଣ୍ଟା ଲାଇନରେ ଚାଳକ ବିହୀନ ମେଟ୍ରୋ ଚାଲିବାର ସୁବିଧା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇଟି ଲାଇନ ଚାଳକ ଚଳାଉଥିଲା | ଚାଳକ ବିହୀନ ମେଟ୍ରୋ ଚଳାଇବାକୁ DMRC ବର୍ତ୍ତମାନ ମନ୍ତ୍ରଣାଳୟର ଅନୁମୋଦନ ନେଇଛି । ତେଣୁ, ପ୍ରଥମେ ଜାନକପୁରୀ ପଶ୍ଚିମରୁ ବଟାନିକାଲ୍ ଗାର୍ଡେନ୍ ମଧ୍ୟରେ ଚାଲୁଥିବା ମ୍ୟାଜେଣ୍ଟା ଲାଇନ୍ ମେଟ୍ରୋରେ ଏହି ସେବା ଆରମ୍ଭ ହେଉଛି । ଚାଳକ ବିହୀନ ମେଟ୍ରୋ ଚାଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର 28ରେ ମ୍ୟାଜେଣ୍ଟା ଲାଇନ ମେଟ୍ରୋରୁ ଫ୍ଲାଗ୍ ଉନ୍ମୋଚନ କରିବେ । ଏହି ସେବା ଆରମ୍ଭ ହେବା ସହିତ ମ୍ୟାଜେଣ୍ଟା ଲାଇନ୍ ଦେଶର ପ୍ରଥମ ଏଭଳି ମେଟ୍ରୋ ହେବ ଯାହା ବିନା ଡ୍ରାଇଭରରେ ଚାଲିବ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.