ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ - ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ସୁବିଧା ନେଇ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଶ୍ରମିକଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ସହ ସେମାନଙ୍କୁ ଆଶ୍ରୟ ଏବଂ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Madras highcourt Order to Tamil Nadu government regarding migrant laborers
ପ୍ରବାସୀ ଶ୍ରମିକଙ୍କ ସୁବିଧା ନେଇ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Jun 4, 2020, 5:15 PM IST

ଚେନ୍ନାଇ: ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

କୋର୍ଟ ପ୍ରବାସୀ ଶ୍ରମିକଙ୍କ ମାମଲାରେ ଶୁଣାଣି ସମୟରେ ଆବେଦନକାରୀ କହିଛନ୍ତି ଯେ, ପ୍ରବାସୀ ଶ୍ରମିକ ରେଲୱେ ଷ୍ଟେସନରେ ବିନା ଖାଦ୍ୟରେ ଅଛନ୍ତି । ଯାହାକୁ ନେଇ କୋର୍ଟ ତାମିଲନାଡୁ ସରକାରଙ୍କୁ ପ୍ରବାସୀ ଶ୍ରମିକଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରବାସୀ ଶ୍ରମିକଙ୍କ ରହିବା ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ କହିଛନ୍ତି ।

ଏହାପୂର୍ବରୁ ମହାରାଷ୍ଟ୍ରରେ ଫସି ରହିଥିବା 400 ତାମିଲ ଶ୍ରମିକଙ୍କୁ ଫେରାଇ ଆଣିବା ନେଇ ଏକ ଯାଚିକାର ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଗଣମାଧ୍ୟମରେ ପ୍ରସାରିତ ହେଉଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ।

ଏନେଇ କୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକ ରାଜ୍ୟରେ କେତେ ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି, କେତେ ଜଣଙ୍କୁ ସ୍ବରାଜ୍ୟ ପଠାଯାଇଛି ଏବଂ କେତେ ଶ୍ରମିକଙ୍କ ଯାତ୍ରା ସମୟରେ ମୃତ୍ୟୁ ଘଟିଛି ଏସବୁର ବିବରଣୀ ମାଗିଛନ୍ତି କୋର୍ଟ । ଜୁନ୍ 8 ସୁଦ୍ଧା ସମସ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.