ETV Bharat / bharat

ମଧ୍ୟପ୍ରଦେଶ ବିଧାନସଭାରେ କମଳନାଥ ହେବେ ବିରୋଧୀ ଦଳନେତା

author img

By

Published : Aug 19, 2020, 10:37 PM IST

ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଏବେ ବିରୋଧୀ ଦଳନେତା ପଦରେ ବସିବେ କମଳନାଥ । ଦଳ ଜଣାଇଲା ବିଧାନସଭା ସଚିବଙ୍କୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

kamalnath
kamalnath

ଭୋପାଳ: ମଧ୍ୟପ୍ରଦେଶରେ ସରକାର ପରିବର୍ତ୍ତନ ପରେ ଏବେ କଂଗ୍ରେସ ବସିବ ବିରୋଧୀ ଆସନରେ । ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇଥିବାରୁ ବିରୋଧୀ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବେ ।

ଏଥିପାଇଁ କଂଗ୍ରେସ ଆବଶ୍ୟକୀୟ କାର୍ଯ୍ୟକ୍ରମ ଶେଷ କରିଛି । ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ହେବେ ବିରୋଧୀ ଦଳନେତା । ଏନେଇ ଦଳର ରାଜ୍ୟ ସଭାପତି କମଳନାଥଙ୍କ ନା କୁ ବିଧାନସଭା ପ୍ରମୁଖ ସଚିବଙ୍କ ନିକଟକୁ ଚିଠି ଲେଖି ଜଣାଇ ଦେଇଛନ୍ତି । ଏହାସହ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ 2018 ମସିହାରେ ବିଜେପିକୁ ପରାସ୍ତ କରି କଂଗ୍ରେସ ରାଜ୍ୟରେ 15 ବର୍ଷ ପରେ କ୍ଷମତାକୁ ଫେରିଥିଲା । କମଳନାଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଦଳୀୟ କନ୍ଦଳ ଓ ବିଧାୟକଙ୍କ ଇସ୍ତଫା ପରେ କମଳନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା । ପୁଣି ବିଜେପି କ୍ଷମତାକୁ ଫେରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.