ETV Bharat / bharat

ସିଏଏ ସମର୍ଥନ ରାଲି: ଉପଜିଲ୍ଲାପାଳଙ୍କ ଚୁଟି ଘୋଷାଡିଲେ ପ୍ରଦର୍ଶନକାରୀ

author img

By

Published : Jan 20, 2020, 4:20 AM IST

Updated : Jan 21, 2020, 10:47 PM IST

ମଧ୍ୟପ୍ରଦେଶ ରାଜଗଡଠାରେ ସିଏଏ ସମର୍ଥନ ରାଲି ମଧ୍ୟରେ ଜଣେ ପ୍ରଦର୍ଶନକାରୀ ଉପଜିଲ୍ଲାପାଳ ପ୍ରିୟା ବର୍ମାଙ୍କ ଚୁଟି ଟାଣିବା ସହ ମାରପିଟର ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

madhyapradesh protestor pulls hair
ଫଟୋ ସୌଜନ୍ୟ: ଟ୍ବିଟର

ଭୋପାଳ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେକ ସ୍ଥାନରେ ଏହାର ସମର୍ଥନରେ ମଧ୍ୟ ଆନ୍ଦୋଳନ କରାଯାଉଛି । ମଧ୍ୟପ୍ରଦେଶ ରାଜଗଡଠାରେ ସିଏଏ ସମର୍ଥନ ରାଲି ମଧ୍ୟରେ ଜଣେ ପ୍ରଦର୍ଶନକାରୀ ଉପଜିଲ୍ଲାପାଳ ପ୍ରିୟା ବର୍ମାଙ୍କ ଚୁଟି ଟାଣିବା ସହ ମାରପିଟର ଦୃଶ୍ୟ ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର

ପ୍ରକାଶ ଥାଉ କି, ପ୍ରଶାସନ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଚେଷ୍ଟା କରିବା ସମୟରେ ଉପଜିଲ୍ଲାପାଳ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା । ଏ ମଧ୍ୟରେ ଉପଜିଲ୍ଲାପାଳ କିଛି ପ୍ରଦର୍ଶନକାରୀଙ୍କୁ ଚାପୁଡା ମାରିଥିଲେ । ଫଳରେ ସେଥିମଧ୍ୟରୁ ଜଣେ ଉତ୍‌କ୍ଷିପ୍ତ ହୋଇ ଉପଜିଲ୍ଲାପାଳଙ୍କ ଚୁଟି ଘୋଷାଡିଥିଲେ । ଏହାସହ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ କରି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି । ଏହି ଦିନକୁ କଳା ଦିବସ ଭାବରେ ଘୋଷଣା କରାଯାଉ, ଲୋକତନ୍ତ୍ରର ହତ୍ୟା ହୋଇଥିବା କହିବା ସହ ସେ ଉପଜିଲ୍ଲାପାଳଙ୍କ ନିନ୍ଦା କରିଛନ୍ତି । ଦେଶରେ ଅଧିକାଂଶ ରାଜ୍ୟ ସିଏଏକୁ ବିରୋଧ କରୁଥିବା ବେଳେ ମଧ୍ୟପ୍ରଦେଶ ସରକାର ମଧ୍ୟ ଏହାକୁ ବିରୋଧ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି ।

Intro:Body:

BLANK

Conclusion:
Last Updated : Jan 21, 2020, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.