ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: ଆଜି ବଦଳିପାରେ ସମୀକରଣ - କମଲନାଥ ସରକାର

ମଧ୍ୟପ୍ରଦେଶ ରାଜନୀତିରେ ବଦଳୁଥିବା ସମୀକରଣରେ ଆଜିର ଦିନ ବହୁତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । କାରଣ ଗତକାଲି ରାତିରେ କମଲନାଥ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଆଜି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକ ଦଳ ବୈଠକ ଡାକିଛନ୍ତି ।

shivraj singh chauhan
ମଧ୍ୟପ୍ରଦେଶ ମହାଡ୍ରାମା: ଆଜି ବଦଳିପାରେ ସମୀକରଣ
author img

By

Published : Mar 10, 2020, 10:54 AM IST

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ବଦଳୁଥିବା ସମୀକରଣରେ ଆଜିର ଦିନ ବହୁତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । କାରଣ ଗତକାଲି ରାତିରେ କମଲନାଥ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଆଜି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଥିରେ କିଛି ବଡ ଘୋଷଣା କରାଯାଇପାରେ । ଆଜିର ବୈଠକ ହିଁ ସ୍ଥିର କରିପାରେ ଆଗାମୀ ଦିନରେ କିଏ କରିବ ମଧ୍ୟପ୍ରଦେଶରେ ରାଜ । କମଲନାଥ ନିଜ ଆସନ ବଞ୍ଚାଇ ପାରିବେ ନା ‘କମଲ’ ବାହିନୀ ଏହାକୁ ନିଜ ଆଡକୁ ନେଇଯିବ ।

ଆଜି ସନ୍ଧ୍ୟା 5ଟାରେ ବିଜେପି ଡାକିଥିବା ବିଧାୟକ ଦଳ ବୈଠକରେ ଦଳର ରଣନୀତି ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରାଯାଇପାରେ । ଏହାସହ କମଲନାଥ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ବି ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ବୈଠକରେ ଯୋଗଦେବା ଲାଗି ପାଖାପାଖି ଏକସପ୍ତାହରୁ ଅଧିକ ସମୟ ଦିଲ୍ଲୀରେ ରହିଥିବା ବିଜେପି ନେତା ଶିବରାଜ ସିଂ ଚୌହାନ ଭୋପାଳରେ ପହଞ୍ଚିଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ବିଧାୟକ ଦଳର ବୈଠକ ଡାକିଛି । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ବୈଠକ ପରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଆଜି ଦିନ 11ଟାରେ ବିଧାୟକ ଦଳ ବୈଠକ ଡାକିଛି କଂଗ୍ରେସ । କୁହାଯାଉଛି କି, କମଲନାଥ ନିଜର ମନ୍ତ୍ରୀମଣ୍ଡଳର ପୁର୍ନଗଠନ କରିବେ । ସେପଟେ ଏହାରି ଭିତରେ କଂଗ୍ରେସର ନିଖୋଜ ଥିବା ପାଖାପାଖି 24 ଜଣ ବିଧାୟକ ଆଜି ବେଙ୍ଗାଲୁରୁରେ କିଛି ବଡ ଫୈସଲା ନେଇପାରନ୍ତି ।

ସେହିପରି ଆଜି କଂଗ୍ରେସ ନେତା ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆ ମଧ୍ୟ କିଛି ବଡ ଘୋଷଣା କରିପାରନ୍ତି । ସେ ନିଜ ପିତା ମାଧବରାଓ ସିନ୍ଧିଆଙ୍କ ଜୟନ୍ତୀ ଲାଗି ଗ୍ବାଲିୟରରେ ପହଞ୍ଚି କିଛି ବଡ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟରେ ଏପରି ରାଜନୈତିକ ସ୍ଥିତି ଦେଖି ରାଜ୍ୟପାଳ ଲାଲଜୀ ଟଣ୍ଡନ ନିଜ ଛୁଟି ରଦ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.