ETV Bharat / bharat

ଦେଶର ସର୍ବ ପୁରାତନ ଟିକସଦାତା ଭାବେ ସମ୍ମାନିତ ହେଲେ 117 ବର୍ଷିୟା ବୃଦ୍ଧା

author img

By

Published : Jul 30, 2020, 12:34 PM IST

ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ରହୁଥିବା 117 ବର୍ଷିୟା ବୃଦ୍ଧାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛି ଆଇଟି ବିଭାଗ । ଜିଲ୍ଲାର ସାଗରସ୍ଥିତ ବିନା ନିବାସୀ ଗିରିଜା ତିୱାରୀ ଦେଶର ସବୁଠାରୁ ପୁରାତନ ଟିକସଦାତା ଭାବରେ ରେକର୍ଡ କରିଛନ୍ତି।

ଗିରିଜା ତିୱାରୀ
ଗିରିଜା ତିୱାରୀ

ଭୋପାଳ: ଦେଶର ପୁରାତନ ଟିକସଦାତାଙ୍କୁ ସମ୍ମାନିତ କଲା ଆୟକର ବିଭାଗ । ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ରହୁଥିବା 117 ବର୍ଷିୟା ବୃଦ୍ଧାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛି ଆଇଟି ବିଭାଗ । ଜିଲ୍ଲାର ସାଗରସ୍ଥିତ ବିନା ନିବାସୀ ଗିରିଜା ତିୱାରୀ ଦେଶର ସବୁଠାରୁ ପୁରାତନ ଟିକସଦାତା ଭାବରେ ରେକର୍ଡ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ସୂଚନାନୁସାରେ, ପାନ୍‌କାର୍ଡରେ ଗିରିଜା ତିୱାରୀଙ୍କ ଜନ୍ମ ତାରିଖ ଏପ୍ରିଲ୍ 15, 1903 ଭାବରେ ଲେଖାଯାଇଛି। ସେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସିଦ୍ଧୱର ତିୱାରୀଙ୍କ ବିଧବା ଏବଂ ସେ ରାଜ୍ୟ ସରକାରଙ୍କଠାରୁ ପେନସନ ପାଉଛନ୍ତି । ତେବେ ଆୟକର ଅଧିକାରୀମାନେ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ କରିବାକୁ ପ୍ରୟାସ କରୁଛନ୍ତି ବୋଲି ପରିବାରର ଜଣେ ସଦସ୍ୟ କହିଛନ୍ତି ।

ଗିରିଜାଙ୍କ ନାତୁଣୀ ଅଞ୍ଜଲି ତିୱାରୀ କହିଛନ୍ତି, ଏନେଇ କହିଛନ୍ତି, ମୋ ଜେଜେମା ଟିକସ ଦେବାକୁ କେବେ ଫାଙ୍କି ନଥିଲେ। ସେ ଆମ ପାଇଁ ଏକ ଉଦାହରଣ ଅଟନ୍ତି। ଆମକୁ ଟିକସ ସଚ୍ଚୋଟ ଏବଂ ନିୟମିତ ଭାବରେ ଦେବା ଉଚିତ । କିଛି ଲୋକ ଅଛନ୍ତି ଯେଉଁମାନେ ଟିକସ ଫାଙ୍କିବାକୁ ଚେଷ୍ଟା କରନ୍ତି । ସେମାନେ ମୋର ଜେଜେମାଙ୍କଠାରୁ ପ୍ରେରଣା ପାଇବା ଉଚିତ୍ ବୋଲି ସେ କହିଛନ୍ତି ।

160 ତମ ଆୟକର ବିଭାଗ ଦିବସ ପାଳନ କରିବା ଉଦ୍ଦେଶ୍ୟରେ ସୋମବାର ଆୟକର ବିଭାଗ ଶତବାର୍ଷିକୀ କରଦାତାଙ୍କୁ ସମ୍ମାନିତ କରିଛି ଯେଉଁଥିରେ ଗିରିଜା ତିୱାରୀ ବର୍ତ୍ତମାନ ଦେଶର ସର୍ବ ପୁରାତନ ଟିକସଦାତା ଭାବରେ ବିବେଚିତ ହୋଇଛନ୍ତି । ତିୱାରୀଙ୍କ ସମେତ ମଧ୍ୟପ୍ରଦେଶ ଏବଂ ଛତିଶଗଡର ଅନ୍ୟ ଚାରିଜଣ ଶତବାର୍ଷିକୀଙ୍କୁ ମଧ୍ୟ ଆୟକର ବିଭାଗ ସମ୍ମାନିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.