ETV Bharat / bharat

ଯିଏ ଅପରାଧୀଙ୍କୁ ସୁରକ୍ଷା ଦେବ ତା କଥା ମୁଁ ବୁଝିବି: ଶିବରାଜ ସିଂ ଚୌହାନ - mp cm shivraj warns officers

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସମସ୍ତ ପୋଲିସ ଅଧିକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ।

shivraj
ଯିଏ ଅପରାଧୀଙ୍କୁ ସୁରକ୍ଷା ଦେବ ତାକୁ ମୁଁ ଦେଖିନେବି
author img

By

Published : Jul 6, 2020, 11:07 AM IST

ଭୋପାଳ: ଉତ୍ତରପ୍ରଦେଶ କାନପୁର ସୁଟଆଉଟ ଘଟଣାରେ 8 ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଏବେ ସତର୍କ ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ଉପ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସତର୍କ ହୋଇ ସମସ୍ତ ପୋଲିସ ଅଧିକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ।

ବର୍ତ୍ତମାନ ପ୍ରତ୍ୟେକ ସୋମବାର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରାଯିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ଶିବରାଜ ସିଂ ଚୌହାନ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅପରାଧୀଙ୍କୁ ପୋଲିସର ଭୟ ରହିବା ଉଚିତ୍ ।

ଏଥିସହ ଅପରାଧୀ ମାନଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇ ସେମାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥିସହ ସେ କହିଛନ୍ତି, ଯିଏ ଅପରାଧୀଙ୍କୁ ସୁରକ୍ଷା ଦେବ ତାକୁ ମୁଁ ଦେଖିନେବି ।

ଏହାଛଡା ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୌଣସି ସଙ୍କୋଚ ନକରନ୍ତୁ । ପୋଲିସର କୌଣସି ବ୍ୟକ୍ତି ସେମାନଙ୍କର ବନ୍ଧୁ ହେବା ଉଚିତ୍ ନୁହେଁ। ଯଦି କୌଣସି ଅପରାଧିକ ଘଟଣା ଘଟେ ତେବେ ଟିଆଇ ଥାନାଦାରଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଦାୟୀ ରହିବେ। ଏଣୁ ଯେଉଁ ପୋଲିସ ଅଫିସର ଅଇପରାଧୀଙ୍କୁ ସୁରକ୍ଷା ଦେବ ତାକୁ ମୁଁ ଦେଖିନେବି ବୋଲି ଶିବରାଜ ସିଂ ପୋଲିସ ଅଧିକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.