ETV Bharat / bharat

ଅସହାୟ କୃଷକ ଦମ୍ପତିଙ୍କୁ ପୋଲିସର ଲାଠି ମାଡ, ମଧ୍ୟପ୍ରଦେଶରେ ତେଜିଲା ରାଜନୀତି - police beating dalit couple

ମଧ୍ଯପ୍ରଦେଶର ଗୁନାରେ ପୋଲିର ବର୍ବରତା । ଅସହାୟ କୃଷକ ଦମ୍ପତିଙ୍କ ଉପରେ ପୋଲିର ଅମାନବୀୟ ଲାଠି ପ୍ରହାରକୁ ନେଇ ତେଜିଲା ରାଜନୀତି । ଯାଞ୍ଚ ଆଦେଶ ଦେଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଅସହାୟ କୃଷକ ଦମ୍ପତିଙ୍କୁ ପୋଲିସର ଲାଠି ମାଡ, ମଧ୍ୟପ୍ରଦେଶରେ ତେଜିଲା ରାଜନୀତି

author img

By

Published : Jul 16, 2020, 1:53 AM IST

Updated : Jul 16, 2020, 7:56 AM IST

ଭୋପାଳ: ମଧ୍ୟପ୍ରଦେଶରେ ପୋଲିସର ବର୍ବରତା । ରାଜ୍ୟର ଗୁନାରେ କୃଷକ ଦମ୍ପତିଙ୍କ ଉପରେ ମଧ୍ୟପ୍ରଦେଶ ପୋଲିସ ଅମାନୁସିକଭାବେ ଲାଠି ପ୍ରହାର କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଅସହାୟ କୃଷକ ଓ ତାର ସ୍ତ୍ରୀ ପୋଲିସ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ଏବେ ମଧ୍ୟପ୍ରଦେଶ କଂଗ୍ରେସ ଶିବରାଜ ସରକାରକୁ ଘେରିବାରେ ଲାଗିଛି ।

ଅସହାୟ କୃଷକ ଦମ୍ପତିଙ୍କୁ ପୋଲିସର ଲାଠି ମାଡ, ମଧ୍ୟପ୍ରଦେଶରେ ତେଜିଲା ରାଜନୀତି

ଋଣ ନେଇ ଚାଷ କରିଥିବା କୃଷକ ଦମ୍ପତି ଉପରେ ପ୍ରହାର ଉପରେ ପ୍ରହାର କରିଚାଲିଛି ପୋଲିସ । ଏପରି କି କୌଣସି ସମୟରେ ବି ଏମାନଙ୍କ ଜୀବନ ନେଇଯିବା ଉପରେ ରହିଥିଲେ ଏହି ପୋଲିସକର୍ମୀ । ତେବେ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେି ରାଜନୀତି ତେଜିବାରେ ଲାଗିଛି । ଏହାକୁ ନେଇ ଶିବରାଜ ସରକାରକୁ ଟାର୍ଗେଟ କରିଛି ବିରୋଧି କଂଗ୍ରେସ ।

କଣ ରହିଛି ଘଟଣା

ଗୁନାର ଜଗନପୁରର ଚକ ଗାଁରେ ପିଜି କଲେଜ ଜମିକୁ ଅନେକ ବର୍ଷ ଧରି ସ୍ଥାନୀୟ ସରପଞ୍ଚ ଗପ୍ପୁ ପାଦରି ଓ ତାର ପରିବାର କବଜା କରିରଖିଛନ୍ତି । ସେ ରାଜକୁମାର ଅହିରବାରକୁ ଏହି ଜମି ଭାଗରେ ଦେଇଥିଲା । ମଙ୍ଗଳବାର ଅଚାନକ ଗୁନା ନଗରପାଳିକାର ଏକ ଟିମ ସେଠାରେ ପହଞ୍ଚି ରାଜକୁମାରର ଫସଲ ଉପରେ ଜେସିବି ଚଳାଇବା ଆରମ୍ଭ କରିଦେଇଥିଲା । କେବଳ ଏତିକି ନୁହେଁ ସରକାରୀ ଜମିରେ ଜବରଦଖଲ ହଟାଇବାକୁ ପହଞ୍ଚିଥିବା ପ୍ରଶାସନିକ ଅଧିକାରୀ ଅମାନବୀୟତାର ସମସ୍ତ ସୀମା ଉଲ୍ଲଂଘନ କରିଯାଇଥିଲେ । ଗୋଟିଏ କୃଷକ ପରିବାରକୁ ସର୍ବସାଧାରଣରେ ଏପରି ପ୍ରତାଡିତ କରିଥିଲେ ଯେ, ସେମାନେ ବାଧ୍ୟ ହୋଇ ସମସ୍ତଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ ।

ଜିଲ୍ଲାପାଳ ଦେଲେ ଯାଞ୍ଚର ଆଦେଶ

ବିଷ ପିଇଦେବା ପରେ ମଧ୍ୟ ଦୂରରେ ଛିଡାହୋଇଥିବା ପ୍ରଶାସନିକ ଅଧିକାରୀ ଉପହାସ ଉଡାଇଥିଲେ । ବାପା ମାଆକୁ ବେହୋଷ ହୋଇପଡିଥିବା ଦେଖି କୃଷକ ଦମ୍ପତିଙ୍କ ପିଲା କାନ୍ଦିବାକୁ ଲାଗିଥିଲେ । ତେବେ ହୋସ ଆସିବା ପରେ କୃଷକ ଓ ତାର ସ୍ତ୍ରୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜକୁମାରର ଛୋଟ ଭାଇ ଜବରଦଖଲ ଉଚ୍ଛେଦର ବିରୋଧ କରିବାରୁ ତା ଉପରେ ମଧ୍ୟ ଲାଠି ପ୍ରହାର ହୋଇଥିଲା । ତେବେ ମାମଲାର ଯାଞ୍ଚ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଉଚ୍ଚ ସ୍ତରୀୟ ଯାଞ୍ଚର ଭରସା

ଯେତେବେଳେ ଏହି ଘଟଣାରର ଭିଡିଓ ଭାଇରାଲ ହେବାରେ ଲାଗିଲା, ସେତେବେଳେ ଗୁନାରୁ ନେଇ ରାଜଧାନୀ ଭୋପାଳ ଯାଏଁ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ସେପଟେ ଜିଲ୍ଲାପାଳ ଘଟଣାର ଯାଞ୍ଚ ଆଦେଶ ଦେଇଛନ୍ତି । ଏପରିସ୍ଥିତିରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘଟଣାର ଉଚ୍ଚ ସ୍ତରୀୟ ଯାଞ୍ଚର ଭରସା ଦେବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ପୋଲିର କାର୍ଯ୍ୟାନୁଷ୍ଠାନ ଉପରେ ଉଠିଲା ପ୍ରଶ୍ନ

ଅଧିକାରୀ ଓ ନେତା ଯାହା ବି କୁହନ୍ତୁ ନା କାହିଁକି, କିନ୍ତୁ ଏହି ପ୍ରକାର କୃଷକ ଦମ୍ପତି ଉପରେ ଲାଠି ପ୍ରହାର ଅନେକ ପ୍ରଶ୍ନ ଛିଡା କରିଛି ।

ଏହି ଘଟଣାକୁ ନେଇ ବିରୋଧି କଂଗ୍ରେସ ସରକାରକୁ ଟାର୍ଗେଟ କରିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାକୁ ଜଙ୍ଗଲରାଜର ଆକ୍ଷା ଦେଇଥିବାବେଳେ କୃଷକର କଥା କହୁଥିବା ସରକାର ଭାଷଣ ଓ ଶାସନ ବନ୍ଦ କରିବା ଦରକାର ବୋଲି କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଜିତୁ ପଟଓ୍ବାରୀ ।

Last Updated : Jul 16, 2020, 7:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.