ETV Bharat / bharat

ମଧ୍ୟପ୍ରଦେଶରେ କୋରୋନା ହଟସ୍ପଟ ଚିହ୍ନଟ, ସିଲ ପାଇଁ ନିର୍ଦ୍ଦେଶ

ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଏଥିରେ 15 ଜିଲ୍ଲାର ବିଭିନ୍ନ ଜାଗାର ନାମ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

author img

By

Published : Apr 9, 2020, 10:25 PM IST

ମଧ୍ୟପ୍ରଦେଶରେ କୋରୋନା ହଟସ୍ପଟ ଚିହ୍ନଟ, ସିଲ ପାଇଁ ନିର୍ଦ୍ଦେଶ
ମଧ୍ୟପ୍ରଦେଶରେ କୋରୋନା ହଟସ୍ପଟ ଚିହ୍ନଟ, ସିଲ ପାଇଁ ନିର୍ଦ୍ଦେଶ

ଭୋପାଳ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ କୋରୋନା ହଟସ୍ପଟ ଟିହ୍ନଟ ହୋଇଛି । ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 15ଟି ଜିଲ୍ଲାରେ ଏହିସବୁ ସ୍ଥାନ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଏଥିରେ 15 ଜିଲ୍ଲାର ବିଭିନ୍ନ ସ୍ଥାନର ନାମ ପ୍ରକାଶ ପାଇଛି । ଏହିସବୁ ସ୍ଥାନରେ ଅଧିକ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସରକାରୀ ଅଧିକାରୀଙ୍କୁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ହଟସ୍ପଟ ସ୍ଥାନ ସିଲ କରିବା ସହ ସେଠାରେ ପୋଲିସ ମୁତୟନ କରିବାକୁ କହିଛନ୍ତି । ଏଥିସହ ସ୍ଥାନୀୟ ଲୋକେ ଯେପରି ଏଥିପାଇଁ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.