ETV Bharat / bharat

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ପଜିଟିଭ

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ପଜିଟିଭ

author img

By

Published : Jul 25, 2020, 12:19 PM IST

Updated : Jul 25, 2020, 1:04 PM IST

12:15 July 25

ଭୋପାଳ: ସାରା ଦେଶରେ କୋରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ମଧ୍ୟପ୍ରଦେଶ ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି କୋରୋନା ସଂକ୍ରମିତ ବୋଲି ଜଣାପଡିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସମସ୍ତଙ୍କୁ ସତର୍କ କରାଇବା ସହ ତାଙ୍କୁ ବିଗତ ଦିନରେ ଯେଉଁମାନେ ଭେଟିଛନ୍ତି, ସେମାନେ ହୋମ କ୍ବାରେଣ୍ଟାଇନ ରହିବାକୁ ଟ୍ବିଟରେ ପରାମର୍ଶ ଦେଇଛନ୍ତି ।  

ମୁଖ୍ୟମନ୍ତ୍ରୀ କୋରୋନା ଗାଇଡଲାଇନ ଅନୁସରଣ କରୁଥିବା ସେ କହିଛନ୍ତି। 25 ମାର୍ଚ୍ଚ ଠାରୁ ପ୍ରତ୍ୟେକ ଦିନ କୋରୋନା ସମୀକ୍ଷା ବୈଠକ କରି ଆସୁଥିଲେ ଶିବରାଜ । ତେବେ ପଜିଟିଭ ଜଣାପଡିବା ପରେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରିବେ ବୋଲି କହିଛନ୍ତି । ଅନ୍ୟପଟେ କୋରୋନା ମହାମାରୀକୁ ହରାଇବାକୁ ହେଲେ ସତର୍କ ରହିବା ସହ ସଠିକ ସମୟରେ ଚିକିତ୍ସା ଜରୁରୀ ବୋଲି କୋରୋନା ସଂକ୍ରମିତ ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ।  

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ବ ନିଜ ମନ୍ତ୍ରୀମଣ୍ଡଳ ଉପରେ ଛାଡିଛନ୍ତି । ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, ନଗର ଉନ୍ନୟନ ଓ ପ୍ରଶାସନ ମନ୍ତ୍ରୀ ଭୁପେନ୍ଦ୍ର ସିଂ, ଶିକ୍ଷା ମନ୍ତ୍ରୀ ବିଶ୍ବ ସାରଙ୍କ ଓ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ପ୍ରଭୁ ରାମ ଚୌଧୁରୀ ଆଗାମୀ ବୈଠକ ଅଧ୍ୟକ୍ଷତା କରିବା ସହ ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ତେବେ ପୂର୍ବରୁ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରୁ ପ୍ରଥମେ ସମବାୟ ମନ୍ତ୍ରୀ ଅରବିନ୍ଦ ଭଦୌରିଆ କୋଭିଡ ପଜିଟିଭ ନେଇ ଜଣାପଡିଥିଲା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2020, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.