ETV Bharat / bharat

ହୋଟେଲରେ ଥିବା ବିଧାୟକଙ୍କୁ ପ୍ରଭାବିତ କରୁଛନ୍ତି ଦିଗବିଜୟ ! - Digvijaya Singh

କଂଗ୍ରେସ ନେତା ଦିଗବିଜୟ ସିଂ ବେଙ୍ଗାଲୁରୁ ହୋଟେଲରେ ଥିବା ବିଧାୟକମାନଙ୍କୁ ପ୍ରଭାବିତ କରୁଥିବା ମଧ୍ୟପ୍ରଦେଶ ବିଜେପି ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ...

Madhya Pradesh BJP has written letter to Chief Election Commissioner  against Digvijaya Singh for violating Model Code of Conduct
ଦିଗବିଜୟଙ୍କ ନାମରେ ହୋଟେଲରେ ଥିବା ବିଧାୟକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ
author img

By

Published : Mar 18, 2020, 5:16 PM IST

ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବେଙ୍ଗାଲୁରୁ ହୋଟେଲରେ ଥିବା ବିଧାୟକମାନଙ୍କୁ ପ୍ରଭାବିତ କରୁଥିବା ମଧ୍ୟପ୍ରଦେଶ ବିଜେପି ଅଭିଯୋଗ ଆଣିଛି । ଏନେଇ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖକୁ ଏକ ଚିଠି ଲେଖାଯାଇଛି ।

ବିଜେପି ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂ ଅନ୍ୟ ନେତାମାନଙ୍କ ସହ ବେଙ୍ଗାଲୁରୁର ରାମଦା ହୋଟେଲରେ ଥିବା 16 ଜଣ ବିଧାୟକଙ୍କୁ ପ୍ରଭାବିତ କରିବାକୁ ଯାଇଛନ୍ତି । ଏହା ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରୁଥିବା ଚିଠିରେ ଦର୍ଶାଯାଇଛି । ତେଣୁ ରାଜ୍ୟସଭା ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ଭାବରେ ପରିଚାଳନା ପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିରେ ଦାବି କରିଛି ବିଜେପି ।

ସେହିପରି ହୋଟେଲରେ ଥିବା ବିଧାୟକ ମାନଙ୍କୁ ଦେଖାକରିବାକୁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିବା ନେଇ ଦିଗବିଜୟ ପ୍ରକାଶ କରିଛନ୍ତି ।

ଦିଗବିଜୟ କହିଛନ୍ତି, ‘ମୁଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଥିରେ ବେଙ୍ଗାଲୁରୁରେ ରହୁଥିବା ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ମାନଙ୍କୁ ଭେଟିବା ପାଇଁ ଆବେଦନ କରିଛି । ଏହା ସହ ସୁପ୍ରିମକୋର୍ଟରେ ଓ ହାଇକୋର୍ଟରେ ଏହି ମାମଲାର ନିଷ୍ପତ୍ତି ପର୍ଯ୍ୟନ୍ତ ମୁଁ ଉପବାସ କରିବାକୁ ନିଷ୍ପତ୍ତି ନେଇଛି ।’

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.