ETV Bharat / bharat

ନବରାତ୍ରୀ: 5ମ ଦିନରେ ପୂଜା ପାଉଛନ୍ତି ସ୍କନ୍ଦ ମାତା - durga puja

ନବରାତ୍ରୀରେ ମା' ଦୁର୍ଗାଙ୍କର ଆଦିଶକ୍ତି ଭାବେ 9ଟି ରୂପକୁ ପୂଜା କରାଯାଇଥାଏ । ପ୍ରତ୍ୟେକ ଦିନ ଶକ୍ତିର ଅଲକା ଅଲଗା ରୂପ ପୂଜା ପାଇଥାନ୍ତି । ଅଧିକ ପଢନ୍ତୁ...

ନବରାତ୍ରୀ: 5ମ ଦିନରେ ପୂଜା ପାଉଛନ୍ତି ସ୍କନ୍ଦ ମାତା

author img

By

Published : Oct 21, 2020, 12:50 PM IST

ହାଇଦ୍ରାବାଦ: ଚାଲିଛି ନବରାତ୍ରୀ । ଆଜି ହେଉଛି ନବରାତ୍ରୀର ପଞ୍ଚମ ଦିନ। ଏହି ଦିନ ମା' ଦୁର୍ଗାଙ୍କର ପଞ୍ଚମ ରୂପ ଭାବେ ମା' ସ୍କନ୍ଦମାତାଙ୍କୁ ପୂଜା କରାଯାଉଛି। ବିଶ୍ବାସ ରହିଛି ନବରାତ୍ରୀରେ ମା'ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

@narendramodi
@narendramodi

ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଥାନ୍ତି ସେମାନେ ଯଦି ଏହି ଦିନ ସ୍କନ୍ଦମାତାଙ୍କ ପୂଜା କରନ୍ତି ତେବେ ବୃହସ୍ପତିଙ୍କର ପ୍ରକୋପ କମ ହୋଇଯାଏ । ଆଉ ଜୀବନରେ ଉନ୍ନତି ଆସେ । କାରଣ ବୃହସ୍ପତି ଶିକ୍ଷା, ସମୃଦ୍ଧି, ଉଚ୍ଚପଦ ଓ ସମ୍ମାନର ଗ୍ରହ ଅଟନ୍ତି । ସ୍କନ୍ଦମାତାଙ୍କର ବାହାନ ସିଂହ ଅଟେ।

ସ୍କନ୍ଦ ମାତାଙ୍କ ପୂଜା ବିଧି

ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରନ୍ତୁ । ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ସହ ମାଆଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଏହାସହ ମୌସମ୍ବି, କଦଳୀ ଓ ଡାଲି ଭୋଗଲଗାନ୍ତୁ।

ତେବେ ନବରାତ୍ରୀର ପଞ୍ଚମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେବୀ ସ୍କନ୍ଦମାତାଙ୍କୁ ସ୍ମରଣ କରି ଦେଶବାସୀଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି। ମୋଦି ଟ୍ବିଟ କରି ଲେଖିଛନ୍ତିଯେ, 'ଆଜି ନବରାତ୍ରିରେ ଦେବୀ ଦୁର୍ଗାଙ୍କ ପଞ୍ଚମ ରୂପରେ ମାତା ସ୍କନ୍ଦାମାତାଙ୍କୁ ପୂଜା କରାଯାଉଛି। ମୁଁ ଚାହେଁ ଯେ ନୂତନ ଚେତନା ସୃଷ୍ଟି କରିଥିବା ଦେବୀ ସ୍କନ୍ଦାମାତାଙ୍କ ଆଶୀର୍ବାଦ ସବୁଦିନ ପାଇଁ ଦେଶବାସୀଙ୍କ ଉପରେ ରହୁ'।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.