ETV Bharat / bharat

ଚନ୍ଦ୍ରଯାନ-୩ ଟିମରୁ ହଟିଲେ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶିକା ଏମ ବନିତା

ଭାରତର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ-୩ରେ ସାମିଲ ହେବେ ନାହିଁ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶିକା ବୈଜ୍ଞାନିକ ଏମ ବନିତା । ଚନ୍ଦ୍ରଯାନ-୩ ପାଇଁ ପି ଭିରାମୁତୁୱେଲଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛି ଇସ୍ରୋ ।

author img

By

Published : Dec 18, 2019, 9:31 AM IST

m-vanitha-
ଫାଇଲ ଫଟୋ

ବେଙ୍ଗାଲୁରୁ: ଭାରତର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ-୩ରେ ସାମିଲ ହେବେନାହିଁ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶିକା ବୈଜ୍ଞାନିକ ଏମ ବନିତା । ସେପଟେ ଚନ୍ଦ୍ରଯାନ-୨ର ନେତୃତ୍ବ ନେଇଥିବା ରିତୁ କରିଧାଲ ଚନ୍ଦ୍ରଯାନ-୩ ମିଶନର ମଧ୍ୟ ନେତୃତ୍ବ ନେବେ ବୋଲି ସୂଚନା ମିଳିଛି। ତେବେ ଚନ୍ଦ୍ରଯାନ-୩ରେ ବନିତାଙ୍କ ସ୍ଥାନ ପି ଭିରାମୁତୁୱେଲ ନେବେ । ଚନ୍ଦ୍ରଯାନ-୩ ପାଇଁ ପି ଭିରାମୁତୁୱେଲଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛି ଇସ୍ରୋ ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବୈଜ୍ଞାନିକ ତଥା ଚନ୍ଦ୍ରଯାନ-2ର ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ବଦଳି କରି ତାଙ୍କୁ ପେଲୋଡ, ଡାଟା ମ୍ୟାନେଜମେଣ୍ଟ ଆଣ୍ଡ ସ୍ପେସ ଆଷ୍ଟ୍ରୋନୋମି ଏରିଆ(ପିଡିଏମଏସଏ)ର ଉପ-ନିର୍ଦ୍ଦେଶିକା ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି ଭିରାମୁତୁୱେଲଙ୍କୁ ଇସ୍ରୋ ମୁଖ୍ୟାଳୟରୁ ବଦଳି କରି ଚନ୍ଦ୍ରଯାନ-3ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତର ଗୁରୁତ୍ବପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସଫଳ ହୋଇ ପାରି ନଥିଲା । ଏହି ମିଶନରେ ଏମ ବନିତାଙ୍କ ଟିମ ‘ଚନ୍ଦ୍ରଯାନ-୨’ର ସମସ୍ତ ସିଷ୍ଟମ ପାଇଁ ଦାୟୀ ଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.