ETV Bharat / bharat

ଏମ ଶିବଶଙ୍କର ଥିରୁଅନନ୍ତପୁରମ ମେଡିକାଲକୁ ସ୍ଥାନାନ୍ତରିତ

author img

By

Published : Oct 18, 2020, 7:24 AM IST

କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ ଶିଭ ଶଙ୍କରଙ୍କୁ ଘରୋଇ ହସ୍ପିଟାଲରୁ ଥିରୁଅନନ୍ତପୁରମ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ଶିବଶଙ୍କର ଥିରୁଅନନ୍ତପୁରମ ମେଡିକାଲକୁ ସ୍ଥାନାନ୍ତରିତ

ଥିରୁଅନନ୍ତପୁରମ: ବିଦେଶକୁ ସୁନା ସ୍ମଗଲିଂରେ ସମ୍ପୃକ୍ତ ଅଭିଯୋଗରେ କଷ୍ଟମ ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜେରାର ସମ୍ମୁଖୀନ ହେଉଥିବା କେରଳର ପୂର୍ବତନ ଆଇଟି ସଚିବ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ ଶିଭଶଙ୍କରଙ୍କୁ ଘରୋଇ ହସ୍ପିଟାଲରୁ ଥିରୁଅନନ୍ତପୁରମ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ଜେରା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅନୁରୋଧ କ୍ରମେ ତାଙ୍କୁ ସରକାରୀ ମେଡିକାଲ କଲେଜକୁ ଅଣାଯାଇଛି । ଯେଉଁଠାରେ ତାଙ୍କ ସ୍ତ୍ରୀ କାର୍ଯ୍ୟରତ ଥିବା ଜଣାପଡିଛି । ଜେରା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସମସ୍ତ ପରୀକ୍ଷା କରାଯିବା ପରେ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । କେବଳ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି ।

କେରଳ ବିମାନ ବନ୍ଦରରୁ ବହୁ ପରିମାଣରେ ସୁନା ଜବତ ହେବାପରେ ସୁନା ତସ୍କରୀରେ ତାଙ୍କର ଭୂମିକା ସନ୍ଦେହ ଘେରକୁ ଆସିଥିଲା । ପରେ ଏଥିରେ ତାଙ୍କ ସମ୍ପୃକ୍ତି ସନ୍ଦେହରେ ତାଙ୍କୁ ପଚରାଉଚରା କରୁଛି କଷ୍ଟମ ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ 9 ଓ 10 ତାରିଖରେ ତାଙ୍କୁ ଜେରା କରାଯିବା ସମୟରେ ସେ ଅସୁସ୍ଥ ହୋଇପଡିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.