ETV Bharat / bharat

ପଙ୍ଗପାଳ କ୍ଷୟକ୍ଷତି ଚାଷୀଙ୍କୁ କ୍ଷତିପୂରଣ ଦେବେ ଯୋଗୀ ସରକାର

author img

By

Published : Jul 4, 2020, 12:06 PM IST

ପଙ୍ଗପାଳ ଯୋଗୁଁ ଉତ୍ତରପ୍ରଦେଶ କୃଷକମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା 31ଟି ଜିଲ୍ଲାରେ ପଙ୍ଗପାଳ କ୍ଷୟକ୍ଷତିର ରିପୋର୍ଟ ହୋଇଛି। ବାକି ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ସମ୍ଭାବନା ଅଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କୁ କ୍ଷୟକ୍ଷତି ବାବଦକୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

_locust
ପଙ୍ଗପାଳ କ୍ଷୟକ୍ଷତି ଚାଷୀଙ୍କୁ କ୍ଷତିପୂରଣ ଦେବେ ଯୋଗୀ ସରକାର

ଲକ୍ଷ୍ନୌ: କୋରୋନା ମହାମାରୀ ମଧ୍ୟରେ ପଙ୍ଗପାଳ ଦେଶ ପାଇଁ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏହା ମଧ୍ୟରେ ପଙ୍ଗପାଳ ଯୋଗୁଁ ଉତ୍ତରପ୍ରଦେଶ କୃଷକମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା 31ଟି ଜିଲ୍ଲାରେ ପଙ୍ଗପାଳ କ୍ଷୟକ୍ଷତିର ରିପୋର୍ଟ ହୋଇଛି। ବାକି ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ସମ୍ଭାବନା ଅଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କୁ କ୍ଷୟକ୍ଷତି ବାବଦକୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବିପର୍ଯ୍ୟୟ ପ୍ରଶମନ ଅଧୀନରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରତ୍ୟେକ ଜିଲ୍ଲାରେ ପଙ୍ଗପାଳ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛନ୍ତି। କୃଷି ବିଭାଗ ମଧ୍ୟ ଏକ ପ୍ରୋଫାର୍ମା ପ୍ରସ୍ତୁତ କରିଛି । ଯାହା ଆଧାରରେ କୃଷକମାନଙ୍କୁ କ୍ଷତି ବାବଦକୁ ସରକାରୀ ସହାୟତା ପ୍ରଦାନ କରାଯିବ।

କୃଷି ବିଭାଗର ଅଧିକାରୀ କହିଛନ୍ତି, ଗତ ଗୁରୁବାର ସନ୍ଧ୍ୟାରେ ପଙ୍ଗପାଳ ଝାନସୀ ଏବଂ ଲଲିତପୁର ମଧ୍ୟରେ ଥିଲେ । ଏପର୍ଯ୍ୟନ୍ତ ପୁର୍ବାଞ୍ଚଳ, ପଶ୍ଚିମ, ବୁନ୍ଦେଲଖଣ୍ଡ ଏବଂ ବ୍ରଜ ଅଞ୍ଚଳର 31ଟି ଜିଲ୍ଲାରେ ପଙ୍ଗପାଳ ଫସଲ ନଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.