ETV Bharat / bharat

ଓବିସି ଶ୍ରେଣୀକୁ ଅନୁସୂଚୀତ ଜାତିରେ ସାମିଲ କରି ଫସିଲେ ଯୋଗୀ - ST

17ଟି ଓବିସି (OBC) ଜନଜାତି ଶ୍ରେଣୀଙ୍କୁ ଅନୁସୂଚୀତ ଜାତିରେ ସାମିଲ କରାଇ ଫସିଗଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କାରଣ ଯୋଗୀଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ବିରୋଧ କରୁଛନ୍ତି ।

ଫାଇଲ ଫଟୋ
author img

By

Published : Jul 3, 2019, 6:10 AM IST

Updated : Jul 3, 2019, 8:49 AM IST

ନୂଆଦିଲ୍ଲୀ: ସରକାରୀ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି କି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ? 17 ଟି ଓବିସି (OBC) ଶ୍ରେଣୀର ଜନଜାତିଙ୍କୁ ଅନୁସୂଚୀତ ଜାତିରେ ସାମିଲ କରିବା ୟୁପି ସରକାରଙ୍କୁ ମହଙ୍ଗା ପଡିପାରେ । କାରଣ ଯୋଗୀ ଆଦିତ୍ୟନାଥଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି କେନ୍ଦ୍ର ସରକାର । ଅନୁସୂଚୀତ ଜାତିରେ ଓବିସି ଶ୍ରେଣୀ ସାମିଲ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି ସମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରୀ ଥୱରଚାନ୍ଦ ଗେହଲଟ ।

ବହୁଜନ ସମାଜ ପାର୍ଟିର ସତୀଶ ଚନ୍ଦ୍ର ମିଶ୍ର ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ 17ଟି ଓବିସି ଶ୍ରେଣୀର ଜନଜାତିଙ୍କୁ ଅନୁସୂଚୀତ ଜାତିରେ ସାମିଲ କରାଇବା ୟୁପି ସରକାରଙ୍କ ଭୁଲ ନିଷ୍ପତ୍ତି । ଏହା ଅସାମ୍ବିଧାନିକ । କାରଣ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ତାଲିକାକୁ ବଦଳାଇବାର ଅଧିକାର କେବଳ ସଂସଦକୁ ଦିଆଯାଏ ।

ଏଭଳି ମନ୍ତବ୍ୟ ଥୱରଚାନ୍ଦ ଗେହଲଟ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ମଧ୍ୟ ଏଭଳି ପ୍ରସ୍ତାବ ସଂସଦକୁ ପଠାଯାଇଥିଲା । କିନ୍ତୁ ସେଠାରେ ସହମତି ମିଳିନଥିଲା । ତେଣୁ ଏଭଳି କାମ ରାଜ୍ୟ ସରକାର ନକରିବା ଭଲ । ଏହାସହ ସରକାରୀ ନିୟମକୁ ପାଳନ କରିବା ଉଚିତ । ନଚେତ ଏହି ମାମଲା ଅଦାଲତରେ ପହଞ୍ଚିପାରେ । ସେପଟେ ୟୁପିରେ ଯୋଗୀ ସରକାର ଯେଉଁ 17 ଟି ଓବିସି ଶ୍ରେଣୀଙ୍କୁ ଅନୁସୂଚୀତ ଜାତିରେ ସାମଲ କରାଇଛନ୍ତି ସେମାନଙ୍କୁ ଏବେ କୌଣସି ଲାଭ କିମ୍ବା ସରକାରୀ ସୁବିଧା ମିଳିବ ନାହିଁ । କାରଣ ରାଜ୍ୟ ସରକାରଙ୍କ ହାତରେ ଜାତି ବଦଳାଇବା ଭଳି କାମ ନଥାଏ ।

Intro:Body:

For testing

Conclusion:
Last Updated : Jul 3, 2019, 8:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.