ଲକ୍ଷ୍ନୌ: ଲକ୍ଷ୍ନୌ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ଏବେଠୁ ପଢାଯିବ 'ଗର୍ଭ ସଂସ୍କାର' । ଦେଶର ପ୍ରଥମ ବିଶ୍ବବିଦ୍ୟାଳୟଭାବେ ନୂତନ ଶିକ୍ଷା ବର୍ଷଠାରୁ ସମସ୍ତ ସାର୍ଟିଫିକେଟ ଓ ଡିପ୍ଲୋମା ପାଠ୍ୟକ୍ରମରେ 'ଗର୍ଭ ସଂସ୍କାର' ବିଷୟକୁ ସାମିଲ କରିବାକୁ ଯାଉଛି ଲକ୍ଷ୍ନୌ ବିଶ୍ବବିଦ୍ୟାଦ୍ୟାଳୟ ।
ଏହି ନୂତନ ପାଠ୍ୟକ୍ରମ ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାତୃତ୍ବ ବିଷୟ ସହିତ ଗର୍ଭାବସ୍ଥାରେ ମହିଳାମାନଙ୍କ ଉପଯୁକ୍ତ ଖାଦ୍ୟ, ପୋଷାକ, ଚାଲିଚଳନ କିପରି ରହିବା ଦରକାର ସେ ସବୁ ବିଷ୍ୟରେ ଶିକ୍ଷା ଦିଆଯିବ । ଏହାସହ ଗର୍ଭବତୀ ମହିଳା ନିଜକୁ କିପରି ସୁସ୍ଥ ରଖିବେ ଏବଂ କେଉଁ ସଙ୍ଗୀତ ସେମାନଙ୍କ ପାଇଁ ଭଲ ସେ ବିଷୟରେ ମଧ୍ୟ ପଢାଯିବ । ଏହି ପାଠ୍ୟକ୍ରମ ନିଯୁକ୍ତିର ଏକ ମାଧ୍ୟମ ହେବ । ଛାତ୍ରୀମାନେ ଏହି ନୂତନ ବିଷୟକୁ ପଢିବା ସହ ଛାତ୍ରମାନଙ୍କ ପାଇଁ ଏହା ଅପ୍ସାନଲ ରହିଛି ।
@ANI