ETV Bharat / bharat

ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ‘ହସିବା’ ପାଇଁ କୋର୍ସ - ହସିବା ପାଇଁ କୋର୍ସ

ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ଚାପରୁ ମୁକ୍ତି ଦେବା ଓ କିଭଳି ଭାବରେ ବାସ୍ତବିକ ଆନନ୍ଦର ଅନୁଭୂତି କରିବେ ସେ ନେଇ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷରୁ ‘ଏଜୁକେଶନ ଫର୍‌ ହାପିନେସ’ ନାମକ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 28, 2020, 5:36 PM IST

ଲକ୍ଷ୍ନୌ: କୁହାଯାଏ ହସ ହୃଦୟଙ୍କୁ ଫ୍ରଫୁଲ୍ଲିତ କରିଥାଏ । ହସ ନିରୋଗ ଓ ନିରାମୟ ଜୀବନ ପାଇଁ ସହାୟକ ହୋଇଥାଏ । ଖୁସି ରହିବା ପାଇଁ ମଣିଷ ଯଦି ପ୍ରତିଦିନ ହସିବାକୁ ଚେଷ୍ଟା କରିବ ତେବେ ଅନେକ ରୋଗ ଆପଣା ଛାଏଁ ଉଭେଇ ଯିବ । ବର୍ତ୍ତମାନ ସମୟରେ ନାନାଦି କାରଣରୁ ଚାପ ଗ୍ରସ୍ତ ଓ ମାନସିକ ଅବସାଦରେ ଅନେକଙ୍କ ସମୟ କଟୁଛି । ବିଶେଷ କରି ଛାତ୍ରଛାତ୍ରୀମାନେ ଅତ୍ୟଧିକ ପାଠ ବୋଝ ଫଳରେ ଚାପଗସ୍ତ ରହିବା ସହ ବିଷାଦ ଗ୍ରସ୍ତ ରହୁଛନ୍ତି । ଏବେ ଛାତ୍ରମାନଙ୍କୁ ଅତ୍ୟଧିକ ଚାପରୁ ମୁକ୍ତି ଦେବା ଓ କିଭଳି ଭାବରେ ବାସ୍ତବିକ ଆନନ୍ଦର ଅନୁଭୂତି କରିବେ ସେ ନେଇ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷରୁ ‘ଏଜୁକେଶନ ଫର୍‌ ହାପିନେସ’ ନାମକ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ।

ବିଶ୍ବବିଦ୍ୟାଳୟରେ ‘ଖୁସି ପାଇଁ ଶିକ୍ଷା’ ପାଠ୍ୟକ୍ରମରେ M.Ed. ପାଠ୍ୟକ୍ରମକୁ ସ୍ଥାନ ଦିଆଯାଇଛି । ଏହି କୋର୍ସ ମାଧ୍ୟମରେ ବିଦ୍ୟାର୍ଥୀଙ୍କୁ ସମସ୍ତ ପରିସ୍ଥିତିରେ ହସିବାର କଳା ଶିକ୍ଷା ଦିଆଯିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ପ୍ରବକ୍ତା ଦୁର୍ଗେଶ କୁମାର ଚଳିତ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ କରାଯିବା ନେଇ କହିଛନ୍ତି ।

ଏହି ପାଠ୍ୟକ୍ରମର ବିଭାଗୀୟ ଅଧ୍ୟକ୍ଷା ଅମିତା ବାଜପେୟୀ କହିଛନ୍ତି ଯେ, ଏହା ଏକ ଡିପାର୍ଟମେଣ୍ଟାଲ କୋର୍ସ । ବିଜ୍ଞାନ ଏବଂ ଏମ.କମ୍ ଛାତ୍ରମାନେ ମଧ୍ୟ ଏହାକୁ ଅଧ୍ୟୟନ କରିପାରିବେ । ନୂତନ ସେମିଷ୍ଟାରରୁ M.Ed ରେ ତୃତୀୟ ଓ ଚତୁର୍ଥ ସେମିଷ୍ଟାରରେ ଏହି ପାଠ୍ୟକ୍ରମ ଯୋଗ ହେବା ଅତ୍ୟନ୍ତ ଆନନ୍ଦ ଦାୟକ ଖବର ବୋଲି ସେ କହିଛନ୍ତି ।

ସେ ସୂଚନା ଦେଇଛନ୍ତି ଯେ ଏହି ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ସମାଜ ଏବଂ ପରିବାର ସହିତ ବସିବା ଦ୍ବାରା ପ୍ରକୃତ ସୁଖ ବିଷୟରେ ଅବଗତ କରାଯିବ | ସିଲାବସରେ ଦର୍ଶନ, ଗୀତା ପାଠକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।

ଏହି ପାଠ୍ୟକ୍ରମ ଏକ ଇଚ୍ଛାଧୀନ ପାଠ୍ୟକ୍ରମ । ଏହାସହ ଏହା ଏକ ସମ୍ପୂର୍ଣ୍ଣ ପେପର ଅଟେ, ଯେଉଁଥିରେ ପିଲାମାନେ ପରୀକ୍ଷା ଦେଇପାରିବେ । ଏହି ପାଠ୍ୟକ୍ରମକୁ M.Sc. କରୁଥିବା ପିଲା ମଧ୍ୟ ପଢାଇପାରିବେ । ଏହାକୁ ଅଧ୍ୟାପକ ବୋର୍ଡର ଅନୁମୋଦନ ପରେ ଏକାଡେମିକ କାଉନସିଲ୍‌କୁ ପଠାଯିବ ଓ ସେଠାରୁ ପରାମର୍ଶ ପରେ ଏହାକୁ ପାଠ୍ୟକ୍ରମରେ ସାମିଲ ହୋଇଯିବ ।

ଏହି ପାଠ୍ୟକ୍ରମ ସଫଳ ହେଲେ ଆଗାମୀ ଦିନରେ ଏଥିରେ ଡିଗ୍ରୀ ଏବଂ ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅମିତା ବାଜପେୟୀ

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.