ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଲକ୍ଷ୍ନୌରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ପୋଷ୍ଟର ଲଗାଇଲା ପୋଲିସ । ସହରର ପ୍ରମୁଖ ସ୍ଥାନମାନଙ୍କରେ ପୋଲିସ ପକ୍ଷରୁ ପାଖାପାଖି 100ଟି ହୋର୍ଡିଂ ଲଗାଯାଇଛି । ସିଏଏକୁ ବିରୋଧ କରି ସହରରେ ହିଂସାତ୍ମକ ଆନ୍ଦୋଳନ ଏବଂ ପୋଡାଜଳା କରିଥିବା 53 ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇଛି ପୋଲିସ । 2019 ଡିସେମ୍ବର 19 ତାରିଖରେ ଏହି ଉପଦ୍ରବୀ ସହରରେ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ ।
ଜିଲ୍ଲା ପ୍ରଶାସନ ଓ ଲକ୍ଷ୍ନୌ ପୋଲିସର ମିଳିତ ଉଦ୍ୟମରେ 53 ଜଣ ଉପଦ୍ରବୀଙ୍କ ଫଟୋ ସଂଗ୍ରହ କରିଛନ୍ତି । ଏମାନଙ୍କ ମଧ୍ୟରୁ 13ଜଣ ଟ୍ରାନ୍ସ ଗୋମତି, 24 ଜଣ ହଜରତଗଞ୍ଜ ଓ ଅନ୍ୟ 16 ଜଣ ପୁରୁଣା ଲକ୍ଷ୍ମୌର ବାସିନ୍ଦା ।
ସୂଚନାଯୋଗ୍ୟ, ହିଂସାତ୍ମକ ବିକ୍ଷୋଭ ସମୟରେ ନଷ୍ଟ ହୋଇଥିବା ସମ୍ପତ୍ତିର ଭରଣା ପାଇଁ ପୂର୍ବରୁ ନୋଟିସ ଜାରି ହୋଇଛି । ଯଦି ସେମାନେ କ୍ଷତିପୂରଣ ଦେବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ