ETV Bharat / bharat

ଲକ୍ଷ୍ନୌ ସିଏମଓ କାର୍ଯ୍ୟାଳୟ ସିଲ୍

author img

By

Published : Jul 12, 2020, 4:01 PM IST

ଲକ୍ଷ୍ନୌ ସିଏମଓ ଅଫିସକୁ ସିଲ୍ କରାଯାଇଛି । ଜଣେ ଆକାଉଣ୍ଟାଣ୍ଟ ସମେତ 3 ଜଣ କେଜିଏମୟୁ ଡାକ୍ତର ଏବଂ 11 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଲକ୍ଷ୍ନୌ ସିଏମଓ ଅଫିସ ସିଲ୍ କରାଯାଇଛି ବୋଲି ରହିବାର ଅଧିକାରୀ କହିଛନ୍ତି ।

corona
ଲକ୍ଷ୍ନୌ ସିଏମଓ ଅଫିସ ସିଲ୍

ଲକ୍ଷ୍ନୌ: ସମଗ୍ର ଦେଶ ସମେତ ୟୁପିରେ ମଧ୍ୟ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହା ମଧ୍ୟରେ ଲକ୍ଷ୍ନୌ ସିଏମଓ ଅଫିସକୁ ସିଲ୍ କରାଯାଇଛି । ଜଣେ ଆକାଉଣ୍ଟାଣ୍ଟ ସମେତ 3 ଜଣ କେଜିଏମୟୁ ଡାକ୍ତର ଏବଂ 11 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଲକ୍ଷ୍ନୌ ସିଏମଓ ଅଫିସ ସିଲ୍ କରାଯାଇଛି ବୋଲି ଅଧିକାରୀ କହିଛନ୍ତି । ତେବେ ବିଲ୍ଡିଂକୁ ସାନିଟାଇଜ କରାଯାଉଥିବା ବେଳେ ଦୁଇ ଦିନ ସିଏମଓ ଘରେ ରହି କାମ କରିବେ ବୋଲି ଜଣାପଡିଛି।

ସିଏମଓ ଡ.ନରେନ୍ଦ୍ର ଅଗ୍ରୱାଲ କହିଛନ୍ତି, 30 ବର୍ଷିୟ ଆକାଉଣ୍ଟାଣ୍ଟ ଅଫିସର ଦ୍ବିତୀୟ ମହଲାରେ ନ୍ୟାସନାଲ ହେଲ୍ଥ ମିଶନ ସହ ଜଡିତ କାର୍ଯ୍ୟ କରୁଥିଲେ । ଗତ ଗୁରୁବାର ତାଙ୍କ ଗଳାରେ ଯନ୍ତ୍ରଣା ହେବାରୁ ସେ ରେଡକ୍ରସ ସୋସାଇଟି ସେଣ୍ଟରରେ କୋରୋନା ପରୀକ୍ଷା କରିଥିଲେ । ଗତ ଶନିବାର ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

ଏଥିସହ ସେ କହିଛନ୍ତି, ତାଙ୍କ ସଂସ୍ପର୍ଶରେ ଆସିଥିବା 15 ଜଣ କର୍ମଚାରୀଙ୍କର ମଧ୍ୟ ସ୍ବାବ ପରୀକ୍ଷା ପାଇଁ ନିଆଯାଇଛି । ଏହା ମଧ୍ୟରେ ରେଳୱେ ପୋଲିସ, ପ୍ରୋଭିଜନାଲ ଆର୍ମ କନେଷ୍ଟବୁଲାରୀ ଯବାନ, ଜଣେ ଭିଆଇପି ସିକ୍ୟୁରିଟି ପୋଲିସଙ୍କ ସମେତ 11 ପୋଲିସ ଅଧିକାରୀ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏଥିସହ କେଜିଏମୟୁର 3 ଡାକ୍ତରଙ୍କ ସମେତ ବରିଷ୍ଠ ଫାକଲ୍ଟି ସଦସ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.