ETV Bharat / bharat

ଲଭ ଜେହାଦୀ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଯୋଗୀଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶରେ ଚାଲିଥିବା ଲଭ ଜେହାଦୀ ଦିନକୁ ଦିନ ବୃଦ୍ଧି ଘଟୁଛି । ଲକ୍ଷ୍ମୀପୁର ଏବଂ କାନପୁର ଅଞ୍ଚଳରେ ଜେହାଦ ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ଦୃଷ୍ଟି ଦେବା ସହ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ..

ଲଭ ଜେହାଦୀ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଯୋଗୀଙ୍କ ନିର୍ଦେଶ

author img

By

Published : Aug 29, 2020, 10:37 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଲିଥିବା ଲଭ ଜେହାଦୀ ଦିନକୁ ଦିନ ବୃଦ୍ଧି ଘଟୁଛି । ପ୍ରେମ ନାମରେ ପ୍ରତାରିତ ପ୍ରେମିକ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପଛାଉ ନାହିଁ । ଲକ୍ଷ୍ମୀପୁର ଏବଂ କାନପୁର ଅଞ୍ଚଳରେ ଜେହାଦ ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ଦୃଷ୍ଟି ଦେବା ସହ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏପରି କାର୍ଯ୍ୟକୁ ବନ୍ଦ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ଠୋସ୍ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ ଆୱସ୍ତି ଏବଂ ପୋଲିସ ମହାନିର୍ଦେଶକ ହିତେଶ ଚନ୍ଦ୍ର ଆୱସ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଯେତେବେଳେ ପୁରଭାନଚାଲର କେତେକ ଜିଲ୍ଲାରେ ଦଳିତ କିଶୋରୀ ବାଳିକାଙ୍କୁ ନିର୍ଯାତନା ଦେବା ଘଟଣା ସାମ୍ନାକୁ ଆସିଥିଲା ।

ସେତେବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ପୋଲିସଅଧିକାରୀଙ୍କୁ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁନର୍ବାର ରାଜ୍ୟରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ଦୃଢ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିତ୍ୟନାଥ । ମେରୁଟ, କାନପୁର, ଲକ୍ଷ୍ମୀପୁର ଅଞ୍ଚଳର ଅନେକ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇ ପ୍ରତାରଣା କରିବାର ଘଟଣାର ସମୀକ୍ଷା ମଧ୍ୟ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ଏପରି କୁକାର୍ଯ୍ୟ ରୋକିବାକୁ ଅଧିକାରୀ ମାନଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି । ସେହିପରି ଲଭ ଜେହାଦୀରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.