ଲଦାଖ: ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଲଦାଖ ଗସ୍ତ କରିଛନ୍ତି । ଅନୁଛେଦ 370 ଉଚ୍ଛେଦ ପରେ ଲଦାଖରେ ଜାରି ରହିଛି 144 ଧାରା । ଶାନ୍ତି ବଜାୟ ପାଇଁ ସେନା ଜାରି ରଖିଛି ପ୍ରୟାସ । ଉତ୍ତର ସେନା କମାଣ୍ଡର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପାଇଁ ଲଦାଖରେ ପହଁଞ୍ଚିଛନ୍ତି ।
ସେହିପରି ଲଦାଖରେ ସୁରକ୍ଷା ସ୍ଥିତି, ପରିଚାଳନାର ସମୀକ୍ଷା କରିଛନ୍ତି । ଏହା ସହ ମେଘୁଆ ପାଗରେ ନିୟୋଜିତ ଥିବା ଯବାନମାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି ।
ଧାରା 370 ଉଚ୍ଛେଦ ପରେ ପରିସ୍ଥିତିକୁ ଶାନ୍ତ କରିବାକୁ ସେନା ପକ୍ଷରୁ ଜାରି ରହିଛି ସମସ୍ତ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ପରିସରକୁ ଆଣିବା ପାଇଁ ସେନା କମାଣ୍ଡ ରଣବୀର ସିଂହ ଲଦାଖ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।