ETV Bharat / bharat

ଆଇପିୟୁର ଗଭର୍ଣ୍ଣିଂ କାଉନସିଲ ଅଧିବେଶନରେ ସାମିଲ ହେଲେ ଲୋକସଭା ବାଚସ୍ପତି

author img

By

Published : Nov 2, 2020, 8:26 AM IST

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିୟନ( ଆଇପିୟୁ)ର ଚାଲିଥିବା ଗଭର୍ଣ୍ଣିଂ କାଉନସିଲ 206ତମ ଅଧିବେଶନରେ ଭାଗ ନେଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଏହି ଅଧିବେଶନ ଆସନ୍ତା 4ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଇପିୟୁର ଗଭର୍ଣ୍ଣିଂ କାଉନସିଲ ଅଧିବେଶନରେ ସାମିଲ ହେଲେ ଲୋକସଭା ବାଚସ୍ପତି
ଆଇପିୟୁର ଗଭର୍ଣ୍ଣିଂ କାଉନସିଲ ଅଧିବେଶନରେ ସାମିଲ ହେଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିୟନ( ଆଇପିୟୁ)ର ଚାଲିଥିବା ଗଭର୍ଣ୍ଣିଂ କାଉନସିଲ 206ତମ ଅଧିବେଶନରେ ସାମିଲ ହୋଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଛନ୍ତି ଲୋକସଭା ବାଚସ୍ପତି । ତେବେ ଗତ 1ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଚାଲିବ ।

2020-23 ଆଇପିୟୁର ନୂଆ ସଭାପତି ଚୟନ ନେଇ ଏହି ଅଧିବେଶନ ବସିଛି । ଯେଉଁଥିରେ ସାରା ବିଶ୍ବରୁ 144 ସାଂସଦ ଅଶଂଗ୍ରହଣ କରିଛନ୍ତି । ଗତ ରବିବାର ଆରମ୍ଭ ହୋଇଛି ଏହି ଚୟନ ପକ୍ରିୟା । ତେବେ ପ୍ରତ୍ୟେକ ଦେଶ 3ଟି ଭୋଟ ଦେଇ ପାରିବେ ।

ଆଇପିୟୁର ନୂଆ ସଭାପତି ପାଇଁ ପର୍ତ୍ତୁଗାର୍ଲର ଦୁଆର୍ତେ ପଚେକୋ, ପାକିସ୍ତାନରୁ ମହମ୍ମଦ ସଞ୍ଜରାଣୀ, ଉଜବେକିସ୍ତାନରୁ ଅକମଲ ସାଇଦୋଭ ଓ କାନାଡାରୁ ଅତୁଲାହଜାନ ପ୍ରାର୍ଥୀ ଭାବେ ଲଢୁଛନ୍ତି ।

ନିର୍ବାଚନ ବ୍ୟତୀତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା ନେଇ ଏହି ଅଧିବେଶନ ବସିଥିବାବେଳେ ପ୍ରଥମଦିନରେ ଆଇପିୟୁର କାର୍ଯ୍ୟବାହକ ସଭାପତିଙ୍କ ଭାଷଣରୁ ଆରମ୍ଭ ହୋଇଥିଲା । ତେବେ ଏହି ଅଧିବେଶନରେ ଆପିୟୁର ଗଭର୍ଣ୍ଣିଂ କାଉନସିଲ, ଅର୍ଥବ୍ୟବସ୍ଥା, ପ୍ରଶାସନିକ ବିଭିନ୍ନ ମାମଲା ଉପରେ ଆଲୋଚନା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.