ନୂଆଦିଲ୍ଲୀ: ଚନ୍ଦ୍ରରେ ବିକ୍ରମ ଲ୍ୟାଣ୍ଡରକୁ ଖୋଜିବାରେ ବିଫଳ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) । ଏହାର ଏଲଆରଓ ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ପାଇନାହିଁ । ଆସନ୍ତା ଅକ୍ଟୋବରରୁ ପୁଣି ଥରେ ବିକ୍ରମକୁ ଖୋଜିବା ପାଇଁ ପୁଣି ଥରେ ପ୍ରୟାସ ଆରମ୍ଭ ହେବ ବୋଲି ନାସା ପକ୍ଷରୁ ଜଣାଇ ଦିଆଯାଇଛି ।
ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଧ୍ରୃବରୁ ପାଖାପାଖି 600 କିଲୋମିଟର ଦୂରରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା ବୋଲି ନାସାର ଏଲଆରଓ ଜଣାଇଥିଲା । ଗତ 17 ତାରିଖରେ ଏଲଆରଓ ବିକ୍ରମ ଅବତରଣ କରିଥିବା ସ୍ଥାନ ଉପର ଦେଇ ଗତି କରିଥିଲା । ସେତେବେଳେ ସଂଧ୍ୟା ହୋଇଥିବାରୁ ସେହି ସ୍ଥାନର ଫଟୋ ସଠିକ ଭାବେ ଉଠାଯାଇ ପାରିନାହିଁ । ତେଣୁ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି ନାସା ।