ETV Bharat / bharat

ବ୍ୟବହାର ଉପଯୋଗୀ ସ୍ଵଳ୍ପ ଦରର ଭେଣ୍ଟିଲେଟର - Low cost ventilators

ଆଇଆଇଟି ରୁର୍‌କୀରର ବୈଜ୍ଞାନିକମାନେ ଋଷିକେଶ୍‌ଠାରେ ଥିବା ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ସହ ମିଶି ଏକ ସ୍ଵତନ୍ତ୍ର ଭେଣ୍ଟିଲେଟର ନିର୍ମାଣ କରିଛନ୍ତି।

ବ୍ୟବହାର ଉପଯୋଗୀ ସ୍ଵଳ୍ପ ଦରର ଭେଣ୍ଟିଲେଟର
ବ୍ୟବହାର ଉପଯୋଗୀ ସ୍ଵଳ୍ପ ଦରର ଭେଣ୍ଟିଲେଟର
author img

By

Published : Apr 4, 2020, 4:22 PM IST

କରୋନା ରୋଗ ମହାମାରୀ ଭାବେ ବ୍ୟାପିବା ଦ୍ଵାରା ହସ୍‌ପିଟାଲ୍‌ ଗୁଡ଼ିକରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏତେ ପରିମାଣରେ ରୋଗୀଙ୍କୁ ଜଟିଳ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ଆମ ପାଖରେ ଆଇସିୟୁ ନାହିଁ। ଏହି ପରିସ୍ଥିତିରେ ଜରୁରୀ ହେଉଛି ଅଧିକରୁ ଅଧିକ ସାଧାରଣ ୱାର୍ଡ଼କୁ ଆଇସି୍ୟୁରେ ପରିଣତ କରିବା। ଏହି ଆବଶ୍ୟକତାକୁ ନଜରରେ ରଖି ଆଇଆଇଟି ରୁର୍‌କୀରର ବୈଜ୍ଞାନିକମାନେ ଋଷିକେଶ୍‌ଠାରେ ଥିବା ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ସହ ମିଶି ଏକ ସ୍ଵତନ୍ତ୍ର ଭେଣ୍ଟିଲେଟର ନିର୍ମାଣ କରିଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଏହି ଭେଣ୍ଟିଲେଟରର ଦାମ କମ୍‌ ରହିଛି । ପୁଣି ଏଥିଲାଗି କଂପ୍ରେସ୍‌ଡ୍‌ ଏୟାର ଆବଶ୍ୟକ ହେଉନାହିଁ। ଯେତେବେଳେ ଜରୁରୀକାଳୀନ ପରିସ୍ଥିତିରେ ୱାର୍ଡରେ ଆଇସିୟୁ ସେବା ଆବଶ୍ୟକ ହେଉଛି ସେତେବେଳେ ଏହି ଭେଣ୍ଟିଲେଟର ଅତ୍ୟନ୍ତ ଉପଯୋଗୀ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଏହା ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଭେଣ୍ଟିଲେଟରର ନାଁ ରହିଛି ପ୍ରାଣ ବାୟୁ। ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତୀୟ ଇଞ୍ଜିନିୟରମାନେ ମଧ୍ୟ ଏକ ସ୍ଵଳ୍ପ ଦାମ୍‌ର ଭେଣ୍ଟିଲେଟର ନିର୍ମାଣ କରିଛନ୍ତି । ଏହି ଆବିଷ୍କାର ଦ୍ଵାରା ବିଶ୍ଵର ମହାଶକ୍ତିକୁ ଏକ ମୁକ୍ତି ମିଳିଛି। ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସହଯୋଗରେ ଏହି ସ୍ଵଳ୍ପ ଦରର ଭେଣ୍ଟିଲେଟର ପ୍ରସ୍ତୁତ ହୋଇପାରିଛି । ଯୁକ୍ତରାଷ୍ଟ୍ରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତରନ୍‌ଜିତ୍‌ ସିଂ ସାନ୍ଧୁ କହିଛନ୍ତି ଯେ, ଏହିପରି ଭେଣ୍ଟିଲେଟରର ଯଥେଷ୍ଟ ଉତ୍ପାଦନ ହୋଇଥିଲେ ତାହା ଏହି ଜରୁରୀକାଳୀନ ସ୍ଥିତିରେ ଅନେକ ଜୀବନକୁ ବଞ୍ଚାଇବାରେ ସହାୟକ ହୋଇପାରିଥାଆନ୍ତା । ବ୍ୟାଗ୍‌ ଭାଲ୍ଭ ରେଜିଷ୍ଟର ଏବଂ ଅନ୍ୟ ଯନ୍ତ୍ରାଂଶ ବ୍ୟବହାର କରି ଏହି ଭେଣ୍ଟିଲେଟର ତିଆରି ହୋଇଛି ଯାହା ଦ୍ଵାରା ଦର କମି ମାତ୍ର ୪୦୦ରୁ ୫୦୦ ଡଲାର ଭିତରେ ସୀମିତ ରହିଛି। ଏହି ଭେଣ୍ଟିଲେଟର ଟି ଗୋଟିଏ ପ୍ଲାଷ୍ଟିକ୍‌ ପାଉଚ୍‌ ଭଳି। ଯାହାକୁ ଚାପି ରୋଗୀର ଫୁସ୍‌ଫୁସ୍‌କୁ ପାଟି ପଟେ ଜରୁରୀକାଳୀନ ସ୍ଥିତିରେ ଅମ୍ଳଜାନ ପ୍ରଦାନ କରାଯାଇପାରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.