ETV Bharat / bharat

କୋରୋନା ଯୁଦ୍ଧରେ ସାମିଲ ସ୍ବଦେଶୀ ଭେଣ୍ଟିଲେଟର ‘ପ୍ରାଣବାୟୁ’, ଏମ୍ସର ସଫଳ ପରୀକ୍ଷଣ - କୋରୋନା ଯୁଦ୍ଧ

ଭେଣ୍ଟିଲେଟର, ଆଇସିୟୁ, ଗ୍ଲୋଭସ୍, ପିପିଇ କିଟ୍ ଭଳି ଉପକରଣ ଗୁଡିକ କୋରୋନା ଯୁଦ୍ଧରେ କମ୍ ପଡୁଛି । ଏଭଳି ସ୍ଥିତିରେ ଋଷିକେଶ ସ୍ଥିତ ଏମ୍ସ ଓ ଆଇଆଇଟି ରୁର୍କିର ପଦକ୍ଷେପ ପ୍ରଶଂସନୀୟ ।

 ସ୍ବଦେଶୀ ଭେଣ୍ଟିଲେଟର ‘ପ୍ରାଣବାୟୁ
ସ୍ବଦେଶୀ ଭେଣ୍ଟିଲେଟର ‘ପ୍ରାଣବାୟୁ
author img

By

Published : Jun 24, 2020, 4:03 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏମଧ୍ୟରେ ମେଡିକାଲ୍ ସାମଗ୍ରୀର ମଧ୍ୟ ଅଭାବ ଦେଖିବାକୁ ମିଳୁଛି । ଭେଣ୍ଟିଲେଟର, ଆଇସିୟୁ, ଗ୍ଲୋଭସ୍, ପିପିଇ କିଟ୍ ଭଳି ଉପକରଣ ଗୁଡିକ କୋରୋନା ଯୁଦ୍ଧରେ କମ୍ ପଡୁଛି । ଏଭଳି ସ୍ଥିତିରେ ଋଷିକେଶ ସ୍ଥିତ ଏମ୍ସ ଓ ଆଇଆଇଟି ରୁର୍କିର ପଦକ୍ଷେପ ପ୍ରସଂଶନୀୟ । ଦୁଇ ଅନୁଷ୍ଠାନ ମିଶି ଏକ ‘ପ୍ରାଣବାୟୁ’ ନାମକ ଏକ ଭେଣ୍ଟିଲେଟର ନିର୍ମାଣ କରିଛନ୍ତି ।

ଏହା ବ୍ୟୟ ସାପେକ୍ଷ ଓ ଏହାର ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି । ଏହି ଉପକରଣ କୋଭିଡ-19 ରୋଗୀଙ୍କ ପାଇଁ ବ୍ୟବହାର କରାଯିବ । ଏହାର ଦାମ 25 ହଜାରରୁ 30 ହଜାର ରହିଛି । ଏମ୍ସର 5ଜଣ ଡାକ୍ତର ଏହାର ବିଶ୍ବସନୀୟତା ଓ ପ୍ରଭାବକୁ ନିଶ୍ଚିତ କରିଛନ୍ତି ।

ଅଧିକାରୀ କହିଛନ୍ତି ଯେ ଏମ୍ସ ଲ୍ୟାବରେ ସ୍ବଦେଶୀ ଭେଣ୍ଟିଲେଟର ପରୀକ୍ଷା କରାଯାଇଥିଲା। ଏମ୍ସ, ଋଷିକେଶର ନିର୍ଦ୍ଦେଶକ ରବିକାନ୍ତ ଅଳ୍ପ ସମୟ ମଧ୍ୟରେ ଉନ୍ନତ କ୍ଷମତା ବିଶିଷ୍ଟ ଭେଣ୍ଟିଲେଟର ସୃଷ୍ଟି ପାଇଁ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଆଇଆଇଟି, ରୁର୍କିର ନିର୍ଦ୍ଦେଶକ ଅଜିତ କେ ଚତୁର୍ବେଦୀ କହିଛନ୍ତି ଯେ ଭେଣ୍ଟିଲେଟର ପ୍ରସ୍ତୁତିରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରାଯାଇଛି। ସେ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ବିଷୟରେ କହିଥିଲେ । ଭେଣ୍ଟିଲେଟରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଆବଶ୍ୟକ ହେଲେ ଏହାକୁ ଆଇସିୟୁ ଆକାର ମଧ୍ୟ ଦିଆଯାଇପାରେ । ଆଶା କରାଯାଏ ଯେ ଏହି ସ୍ବଦେଶୀ ଭେଣ୍ଟିଲେଟର ଅଧିକ ବିପଦ ଥିବା ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.