ETV Bharat / bharat

ଶ୍ରାବଣରେ ଶ୍ବଶୁର ଘରେ ବାସ କରନ୍ତି ଭୋଳାନାଥ, ପୂରଣ କରନ୍ତି ସବୁ ମାନସିକ - ଶ୍ରାବଣରେ ଦକ୍ଷେଶ୍ବରରେ ବାସ କରନ୍ତି ଭୋଳାନାଥ

କୋରୋନା କଟକଣା ଯୋଗୁଁ ଫିକା ପଡିଛି ଚଳିତବର୍ଷ ଶ୍ରାବଣ ମାସ । କୋଭିଡ ନିୟମ ପାଳନ କରି ମନ୍ଦିରଙ୍କୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ମନା । ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଶ୍ରାବଣରେ ଦକ୍ଷେଶ୍ବରରେ ବାସ କରନ୍ତି ଭୋଳାନାଥ, ପୁରଣ କରନ୍ତି ଭକ୍ତର ସବୁ ଇଚ୍ଛା

author img

By

Published : Jul 13, 2020, 10:50 AM IST

ଡେରାଡୁନ: ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବିଶ୍ବାସ ରହିଛି ଯେ, ସୋମବାର ଭଗବାନ ଶିବଙ୍କ ଅତି ପ୍ରିୟ ବାର । ତେଣୁ ଏହି ଦିନ ଶିବଙ୍କ ପୂଜା ଆଉ ଜଳାଭିଶେକ କଲେ ଶିବଙ୍କ ଅପାର କରୁଣା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

ତେବେ ପୌରାଣିକ ମତ ଅନୁସାରେ କୁହାଯାଏଯେ, ପୁରା ଶ୍ରାବଣ ମାସରେ ଶିବ ତାଙ୍କ ଶ୍ବଶୁର ଘର କନଖଲରେ ରହିଥାନ୍ତି । ସେହିଠାରୁ ସେ ସୃଷ୍ଟିର ସଞ୍ଚାଳନ ଓ ଲୋକଙ୍କୁ କଲ୍ୟାଣ କରିଥାନ୍ତି। ପ୍ରତ୍ୟେକ ବର୍ଷ ଏହି ମାସରେ ହରିଦ୍ୱାରରେ ଥିବା ଦକ୍ଷେଶ୍ବର ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଶହଶହ ଭକ୍ତଙ୍କ ଆଗମନ ହେଉଥିଲା, କିନ୍ତୁ ଚଳିତବର୍ଷ କୋରୋନା କାରଣରୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। କୋରୋନାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳକ ଏବଂ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ମନ୍ଦିରରେ ଭଗବାନ ଶିବଙ୍କୁ ଜଳାଭିଶେକ ନକରି ବାହାରୁ ଜଳ ଅର୍ପଣ କରୁଛନ୍ତି।

ଦକ୍ଷ ପ୍ରଜାପତି ମନ୍ଦିରର ମହନ୍ତ ବିଶ୍ବେଶ୍ବର ପୁରୀ କହିଛନ୍ତି ଯେ, ଶ୍ରାବଣ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ ଏବଂ କନଖଲ ହେଉଛି ଦକ୍ଷ ପ୍ରଜାପତି, ମହାଦେବଙ୍କ ଶ୍ବଶୁର ଘର । ଏହା ଦୁନିଆର ପ୍ରଥମ ଶିବ ମନ୍ଦିର। ଭଗବାନ ଶିବ ରାଜା ଦକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏଠାରେ ଏକ ମାସ ଶ୍ରାବଣ ମାସରେ ରହିବେ। ତେଣୁ ପ୍ରତିବର୍ଷ ଶ୍ରାବଣ ମାସରେ ଭଗବାନ ଶିବ ଏକ ମାସ ପାଇଁ ଦକ୍ଷ ପ୍ରଜାପତିରେ ହିଁ ରୁହନ୍ତି । ଏହି ଠାରୁ ସେ ସମସ୍ତ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.