ETV Bharat / bharat

ଗଣେଶଙ୍କୁ ପ୍ରବଳ ଗରମ, ମନ୍ଦିରରେ ଲଗିଲା ପଙ୍ଖା

କେବଳ ମଣିଷ ନୁହେଁ ଭଗବାନ ଗଣେଶଙ୍କୁ ବି ହେଉଛି ପ୍ରବଳ ଗରମ । ଝାଳରେ ବୁଡିଯାଉଛନ୍ତି ପ୍ରଭୁ ଗଣେଶ । ଫଳରେ ମନ୍ଦିରରେ ଲାଗିଲା ପଙ୍ଖା । ବିହାର ଗୟାର ଗଣେଶ ମନ୍ଦିରରେ ଦେଖିବାକୁ ମିଳିଛି ଏହି ଅଜବ ଦୃଶ୍ୟ ।

ଫଟୋ ସୌଜନ୍ୟ : ବ୍ୟୁରୋ,ଇଟିଭି ଭାରତ
author img

By

Published : Jun 6, 2019, 6:18 PM IST

ପାଟନା: ସମଗ୍ର ଦେଶରେ ପ୍ରବଳ ରୌଦ୍ରତାପ ଅନୁଭୂତ ହେଉଛି । ଏପରିକି ଚାରିଆଡେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି । ଘରୁ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ତେବେ ସୂର୍ଯ୍ୟଙ୍କ କୋପରୁ ଯେମିତି ବର୍ତ୍ତି ନାହାଁନ୍ତି ଭଗବାନ ଗଣେଶ । ପ୍ରବଳ ଗରମ ଯୋଗୁଁ ଦେହରୁ ବୋହୁଛି ଝାଳ । ଆଉ ଚିନ୍ତାରେ ମନ୍ଦିର ପୂଜକ । ଏଭଳି ଏକ ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି ବିହାର ଗୟାର ରାମଶୀଳା ଠାକୁରବାଡି ମନ୍ଦିରରେ ।

କୋରାଲରେ ତିଆରି ଏହି ଗଣେଶ ମୂର୍ତ୍ତିରୁ ମଣିଷ ଭଳି ବାହାରୁଛି ଝାଳ । ଆଉ ମନ୍ଦିର କର୍ତ୍ତୃପକ୍ଷ ଠାକୁରଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ପଙ୍ଖା ଲଗାଇଥିବା କହିଛନ୍ତି ମନ୍ଦିର ପୂଜକ ଲକ୍ଷ୍ମଣ । କେବଳ ଏତିକି ନୁହେଁ ଭଗବାନଙ୍କ ଦେହରେ ଲେପନ କରାଯାଉଛି ଚନ୍ଦନ । କାରଣ ଚନ୍ଦନ ଦେହକୁ ଥଣ୍ଡା ରଖିଥାଏ ।

ଲୋକଙ୍କ ବିଶ୍ବାସ ଛଡା ଏନେଇ ରହିଛି ବୈଜ୍ଞାନିକ କାରଣ । ଅତ୍ୟଧିକ ସୂର୍ଯ୍ୟତାପ ଯୋଗୁଁ କୋରାଲ ପଥର ଗରମ ହେବା ସହ ଏଥିରୁ ପାଣି ବାହାରିଥାଏ ।

Intro:Body:

terter

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.