ଅମରାବତୀ: ରାଜଧାନୀ ଦିଲ୍ଲୀ ଭଳି ସମାନ ସ୍ଥିତି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ । ସୋମବାର ସକାଳୁ ମଦ ଦୋକାନ ଖୋଲିବା ପରେ ଜମୁଛି ଲୋକଙ୍କ ନାହିଁ ନଥିବା ଭିଡ । ଖୋଲାଖୋଲି ଲୋକ ସାମାଜିକ ଦୂତତ୍ବ ନିୟମ ଉଲଂଘନ କରୁଥିବା ଦେଖା ଯାଇଛି । ଲକଡାଉନ ଘୋଷଣା ପରେ ମାର୍ଚ୍ଚ 25 ତାରିଖରୁ ବନ୍ଦ ଥିଲା ମଦ ଦୋକାନ ।
ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲା ପୋରୁମାମିଲ୍ଲାରେ ସ୍ଥାନୀୟ ଲୋକ ସକାଳୁ ମଦ ଦୋକାନ ଆଗରେ ଧାଡି ଜମେଇଛନ୍ତି । ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା କ୍ରିଷ୍ଣା ଜିଲ୍ଲା ହନୁମାନ ଜଙ୍କସନରେ । ଦୋକାନ ଖୋଲିବା ପୂର୍ବ ଭିଡ ଜମେଇ ସାମାଜିକ ଦୂରତ୍ବ ନିୟମ ଭଙ୍ଗ କରିଥିଲେ ଏମାନେ ।
ଧାଡିରେ ଆଗେ ଠିଆ ହେବା ପାଇଁ ପରସ୍ପର ସହ ଝଗଡା କରୁଥିବା ମଧ୍ୟ ଦେଖାଯାଇଥିଲା । ଏପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା ।
@ANI