ETV Bharat / bharat

ମୋଦିଙ୍କୁ ଘେରିବା ପାଇଁ ସାଧା କାଗଜରେ ଶପଥ ନେଲେ ବିରୋଧୀ

ମୋଦିଙ୍କୁ ଘେରିବାକୁ ବିରୋଧୀଙ୍କ ପୁଣି ଏକ ପ୍ଲାନ । ଯଦି କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳେ ତେବେ ସବୁଠୁ ଅଧିକ ଆସନ ହାସଲ କରିଥିବା ଦଳକୁ ସରକାରଭାବେ ନଆଣିବାକୁ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ।

author img

By

Published : May 8, 2019, 11:36 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@narendramodi

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆଉ ଦୁଇଟି ସ୍ତର ମତଦାନ ବାକି ରହିଛି । ସେଥିପାଇଁ ସମସ୍ତ ଦଳ ନିଜ ନିଜର ରଣନିତୀ ପ୍ରସ୍ତୁତ କରୁଛନ୍ତି । ତେବେ ଏଭିତରେ ବିରୋଧୀ କରୁଛନ୍ତି କିଛି ଅଲଗା ପ୍ଲାନ । ଯଦି କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳେ ତେବେ ସବୁଠୁ ଅଧିକ ଆସନ ହାସଲ କରିଥିବା ଦଳକୁ ସରକାର ଗଠନ ନକରିବାପାଇଁ ରାଷ୍ଟ୍ରପତିଙ୍କୁ ଭେଟି କହିବେ ବୋଲି ଜଣାପଡିଛି ।

କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ବିରୋଧ କରୁଥିବା 21ଟି ବିପକ୍ଷ ଦଳ ଏକ ଚିଠିରେ ଦସ୍ତଖସ୍ତ କରିବାକୁ ଯୋଜନା କରୁଛନ୍ତି । କେବଳ ପରିଣାମକୁ ଅପେକ୍ଷା । ଥରେ ଫଳାଫଳ ଆସିଗଲା ପରେ ବିକଳ୍ପ ସରକାର ପାଇଁ ରାଷ୍ଟ୍ରପତିଙ୍କୁ ସମସ୍ତ ଦଳ ନିଜ ସମର୍ଥନର ଚିଠି ଦେବାକୁ ତୟାର ରହିବେ ।

ତେବେ ଏହି ଯୋଜନା ସେଥିପାଇଁ ନିଆଯାଉଛି ଯେମିତି ରାଷ୍ଟ୍ରପତି ବିଜେପିକୁ ସରକାର ଗଢିବାକୁ ମୌକା ଦେବେ ନାହିଁ । 543 ସିଟରୁ ସରକାର ଗଢିବା ପାଇଁ ଦରକାର 274 ସିଟ । 2014 ନିର୍ବାଚନରେ ବିଜେପି 282 ସିଟ ହାସଲ କରିଥିଲା । ଏନଡିଏ ନିକଟରେ ଲୋକସଭାରେ 336 ସିଟ ଥିଲା । ଏଠାରେ କହି ରଖୁଛୁ ଯେ 6ଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମେ 12ରେ ହେବାକୁ ଥିବାବେଳେ ଅନ୍ତିମ ବା ସପ୍ତମ ପର୍ଯ୍ୟାୟ ମତଦାନ ମେ 19ରେ ହେବ । ଆଉ 23 ମେ ରେ ଲୋକସଭା ନିର୍ବାଚନର ଫଳାଫଳ ବାହାରିବ ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.