ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ଜାତୀୟ ତଦନ୍ତକାରୀ ସଂସ୍ଥା ସଂଶୋଧିତ ବିଲ 2019 । ଏନେଇ ଲୋକସଭାରେ ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
278 ସଦସ୍ୟଙ୍କ ଭୋଟିଂ ପରେ ଏହି ବିଲ ପାରିତ ହୋଇଥିବା କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । 278 ଜଣ ସପକ୍ଷରେ ଥିବା ବେଳେ ମାତ୍ର 6 ଜଣ ଏହି ବିଲର ବିପକ୍ଷରେ ଥିବା ସେ କହିଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ ପୂର୍ବରୁ ଗୃହରେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ ।