ETV Bharat / bharat

ଲୋକସଭା ଆସନ୍ତାକାଲି 3ଟା ଯାଏଁ ମୁଲତବୀ

ଲୋକସଭା ଆସନ୍ତାକାଲି 3ଟା ଯାଏ ମୁଲତବୀ ହୋଇଛି । ବାଚସ୍ପତି ଓମ୍‌ ବିର୍ଲା ଗୃହକୁ ମୁଲତବୀ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 14, 2020, 1:40 PM IST

ଲୋକସଭା ଆସନ୍ତାକାଲି 3ଟା ଯାଏ ମୁଲତବୀ
ଲୋକସଭା ଆସନ୍ତାକାଲି 3ଟା ଯାଏ ମୁଲତବୀ

ନୂଆଦିଲ୍ଲୀ: ଲୋକସଭା ଆସନ୍ତାକାଲି 3ଟା ଯାଏ ମୁଲତବୀ ଘୋଷଣା ହୋଇଛି । ପ୍ରଥମ ଦିନରେ ଦିନ 9ଟାରୁ ମୌସୁମୀ ଅଧିବେଶନ ଚାଲିଥିବାବେଳେ ଗୃହକୁ ଲୋକସଭା ବାଚସ୍ପତି ଆସନ୍ତାକାଲି ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆଜିର ପ୍ରଥମ ଦିନରେ ସକାଳ 9ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଦିବଙ୍ଗତ ନେତା, କୋରୋନା ଯୋଦ୍ଧା ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ପରେ ବାଚସ୍ପତି ଗୃହକୁ ଗୋଟିଏ ଘଣ୍ଟା ମୁଲତବୀ ରଖିଥିଲେ ।

ପରେ ଗୃହକାର୍ଯ୍ୟ ଚାଲିଥିଲା । ପ୍ରଶ୍ନକାଳ ବାତିଲ ହୋଇଥିବାରୁ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ଶୂନ୍ୟକାଳରେ ସାଂସଦ ମାନେ ବିଭିନ୍ନ ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିଥିଲେ । ପରେ କିଛି ବିଲ୍‌ ଗୃହରେ ଆଗତ ହୋଇଥିଲା ।

ଏହା ଉପରେ ଆଲୋଚନା ପରେ ପୁଣି ଆସନ୍ତାକାଲି ଅପରାହ୍ନ 3ଟା ଯାଏ ଲୋକସଭାକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି । ତେବେ ଚଳିତଥର କୋରୋନା କଟକଣା ଭିତରେ ଅଧିବେଶନ ଚାଲୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.