ETV Bharat / bharat

ଜୁଲାଇ ମଧ୍ୟଭାଗ ଯାଏଁ ରହିବ ପଙ୍ଗପାଳ ସମସ୍ୟା

author img

By

Published : May 30, 2020, 11:37 AM IST

ଏପ୍ରିଲ ୩୦ ତାରିଖ ପରେ ପରେ ପଙ୍ଗପାଳ ଦଳ ଭାରତରେ ପ୍ରବେଶ କରିବା ଆରମ୍ଭ କରିଥିଲେ । ଏ ଯାଏଁ ୨୩ଟି ପଙ୍ଗପାଳ ଦଳ ଦେଶରେ ପ୍ରବେଶ କରିସାରିଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଲୋକଷ୍ଟ୍ ୱାର୍ଣ୍ଣିଂ ଅଫିସ ( ଏଲଡବ୍ଲୁଓ )ର ଉପ ନିର୍ଦ୍ଦେଶକ କେ.ଏଲ ଗୁର୍ଜର ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଜୁଲାଇ ମଧ୍ୟଭାଗ ଯାଏଁ ରହିବ ପଙ୍ଗପାଳ ସମସ୍ୟା
ଜୁଲାଇ ମଧ୍ୟଭାଗ ଯାଏଁ ରହିବ ପଙ୍ଗପାଳ ସମସ୍ୟା

ଫସଲ ଖାଇ ନଷ୍ଟ କରି ଦେଉଥିବା ପଙ୍ଗପାଳମାନଙ୍କ କବଳରୁ ଭାରତୀୟ କୃଷକଙ୍କୁ ଖୁବ୍ ଶୀଘ୍ର ମୁକ୍ତି ମିଳିବା ସମ୍ଭାବନା ନାହିଁ । ସୀମା ସେପଟୁ ଆସୁଥିବା ଏହି ପଙ୍ଗପାଳମାନଙ୍କୁ ଯଦି ନିୟନ୍ତ୍ରିତ କରା ନ ଯାଏ,ତାହା ହେଲେ କୃଷକମାନଙ୍କ ଜୀବିକା ପ୍ରତି ଘୋର ବିପଦ ସୃଷ୍ଟି ହେବ । କେନ୍ଦ୍ର ସରକାରଙ୍କ ଲୋକଷ୍ଟ ୱାର୍ଣ୍ଣିଂ ଅଫିସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି ଯେ, ପଙ୍ଗପାଳଙ୍କୁ ନିୟନ୍ତ୍ରଣ କରିବା ପାଇଁ ଡ୍ରୋନ୍ ଓ ଟ୍ରାକ୍ଟର ମାଉଂଟେଡ୍ ସ୍ପ୍ରେୟାର ବ୍ୟବହାର କରାଯାଉଛି । ରାତିରେ ପଙ୍ଗପାଳମାନେ ବିଶ୍ରାମ ନେଇଥାନ୍ତି । ତେଣୁ ରାତିରେ ହିଁ ଏଭଳି ପଦକ୍ଷେପ ନିଆଯାଏ । ପ୍ରାୟ ମାସେ ହେଲା ଭାରତରେ ଏହି ପଙ୍ଗପାଳ ଦଳ ଭାରତରେ ବହୁସଂଖ୍ୟାରେ ପ୍ରବେଶ କରିଛନ୍ତି । ଏକାବେଳକେ ୧ରୁ ୧ ଦଶମିକ ୫ ମିଲିୟନ ପଙ୍ଗପାଳ ଆସିଥାନ୍ତି । ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଏହି ପଙ୍ଗପାଳଗୁଡିକ ଫସଲକୁ କ୍ଷତି ପହଞ୍ଚାଇବା ପରେ ମଧ୍ୟପ୍ରଦେଶ ଆଡକୁ ମୁହାଁଇଥିଲେ । ରାଜସ୍ଥାନ ପରେ ମଧ୍ୟପ୍ରଦେଶ ଦ୍ୱିତୀୟ ରାଜ୍ୟ ଭାବେ ଫସଲଖିଆ ପଙ୍ଗପାଳଙ୍କ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଗୁଜରାଟ, ପଞ୍ଜାବ ଓ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବି ପଙ୍ଗପାଳମାନେ ଫସଲର କ୍ଷତି କରିଛନ୍ତି ।

ଏପ୍ରିଲ ୩୦ ତାରିଖ ପରେ ପରେ ପଙ୍ଗପାଳ ଦଳ ଭାରତରେ ପ୍ରବେଶ କରିବା ଆରମ୍ଭ କରିଥିଲେ । ଏ ଯାଏଁ ୨୩ଟି ପଙ୍ଗପାଳ ଦଳ ଦେଶରେ ପ୍ରବେଶ କରିସାରିଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଲୋକଷ୍ଟ୍ ୱାର୍ଣ୍ଣିଂ ଅଫିସ ( ଏଲଡବ୍ଲୁଓ )ର ଉପ ନିର୍ଦ୍ଦେଶକ କେ.ଏଲ ଗୁର୍ଜର ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ପଙ୍ଗପାଳଗୁଡିକ ରାଜସ୍ଥାନରୁ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପହଞ୍ଚିସାରିଛନ୍ତି । ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ଗାଁ ଓ ସହରରେ ପଙ୍ଗପାଳ ପ୍ରକୋପ ଦେଖିବାକୁ ମିଳିଛି ବୋଲି ଡକ୍ଟର କେ.ଏଲ୍ ଗୁର୍ଜର ଇଟିଭି ଭାରତକୁ କହିଛନ୍ତି ।

ଯେଉଁଠି ରାତିରେ ପଙ୍ଗପାଳମାନେ ବିଶ୍ରାମ ନିଅନ୍ତି, ସେଠାରେ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କରାଯାଏ । ଏଭଳି ଅଭିଯାନ ଦ୍ୱାରା ସେମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡକ୍ଟର ଗୁର୍ଜର । ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ, ୟୁପି, ପଞ୍ଜାବ ଓ ଗୁଜରାଟରେ ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନ ଚାଲିଛି । ପୂବ ର୍ରୁ ଗୁଜରାଟରେ ଦଳ ଦଳ ହୋଇ ପଙ୍ଗପାଳ ପହଞ୍ଚିଥିଲେ । କିନ୍ତୁ ଏବେ ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯାଇପାରିଛି ବୋଲି ଡକ୍ଟର ଗୁର୍ଜର କହିଛନ୍ତି । ଏବେ କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ୟୁପିର ଗୋଟିଏ ଜିଲ୍ଲାରେ ହିଁ ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ଗତ ଚାରି ସପ୍ତାହ ମଧ୍ୟରେ ୨୩ଟି ପଙ୍ଗପାଳ ଦଳ ଦେଶରେ ପ୍ରବେଶ କରିଛନ୍ତି ।

ପଙ୍ଗପାଳ ନିୟନ୍ତ୍ରଣରେ ଡ୍ରୋନ୍

ଉଭୟ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନେ ମିଳିତ ଭାବେ ପଙ୍ଗପାଳ ନିୟନ୍ତ୍ରଣରେ ଲାଗିପଡିଛନ୍ତି । ଲୋକଷ୍ଟ୍ ୱାର୍ଣ୍ଣିଂ ଅଫିସ ( ଏଲଡବ୍ଲୁଓ )ର ୨୦୦ କର୍ମଚାରୀଙ୍କୁ ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନରେ ମୁତୟନ କରାଯାଇଛି ବୋଲି କୃଷି ମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି । ପଙ୍ଗପାଳ ଦଳ ଠାବ କରିବା ସହ ସେମାନଙ୍କ ଉପରେ କୀଟନାଶକ ସିଞ୍ଚନ କରିବା ପାଇଁ ୪୭ଟି ଟିମ ଗଠନ କରାଯାଇଛି । ଏସବୁ ଟିମ୍ ସ୍ଥାନୀୟ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ସହାୟତା ନେଉଛନ୍ତି ।

ପଙ୍ଗପାଳ ନିୟନ୍ତ୍ରଣ ଅଭିଯାନରେ ଟ୍ରାକ୍ଟର ମାଉଂଟେଡ୍ ସ୍ପ୍ରେୟର ଓ ଅନ୍ୟ ଉପକରଣ ବ୍ୟବହାର ହେଉଛି । ଏଥିପାଇଁ ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତା ନିଆଯାଉଛି ବୋଲି ଲୋକଷ୍ଟ୍ ୱାଣ୍ଣିଂ ର୍ ଅଫିସର ବରି ଅଧିକାରୀମାନେ ଇଟିଭି ଭାରତକୁ କହିଛନ୍ତି ।

ଟ୍ରାକ୍ଟର ମାଉଂଟେଡ୍ ସ୍ପ୍ରେୟର ସମେତ ଅଭିଯାନରେ ଡ୍ରୋନର ବି ବ୍ୟବହାର କରାଯାଉଛି । କେବଳ ପଙ୍ଗପାଳମାନଙ୍କ ଗତିବିଧି ନୁହେଁ,ବରଂ ସେମାନଙ୍କ ଉପରେ କୀଟନାଶକ ପ୍ରୟୋଗ ପାଇଁ ବି ଡ୍ରୋନର ବ୍ୟବହାର କରାଯାଉଛି । ପ୍ରଥମେ ଦୁଇଟି ଡ୍ରୋନ୍ ଅଭିଯାନରେ ବ୍ୟବହାର କରାଯାଇଥିଲା । ପରେ ଏହି ଅଭିଯାନରେ ଅଧିକ ଡ୍ରୋନ୍ ବ୍ୟବହାର କରାଯିବ ବୋଲି ଡକ୍ଟର କେ.ଏଲ ଗୁର୍ଜର କହିଛନ୍ତି ।

କୀଟନାଶକ ଲୋକଙ୍କ କ୍ଷତି କରିବ ନାହିଁ

ରାଜସ୍ଥାନ ଓ ମଧ୍ୟ ପ୍ରଦେଶକୁ ବହୁ ସଂଖ୍ୟାରେ ପଶି ଆସିଥିବା ପଙ୍ଗପାଳଙ୍କୁ ନିୟନ୍ତ୍ରଣ କରିବା ଅଭିଯାନରେ କୀଟନାଶକର ପ୍ରୟୋଗ ଦ୍ୱାରା ମଣିଷମାନଙ୍କର କୌଣସି କ୍ଷତି ଆଶଙ୍କାକୁ ଏଡାଇ ଦେଇଛନ୍ତି ଡକ୍ଟର ଗୁର୍ଜର । ସିଞ୍ଚନ ହେବାର ୨୪ ଘଣ୍ଟା ମଧ୍ୟରେ କୀଟନାଶକର ଅବକ୍ଷୟ ହୋଇଥାଏ । ତେଣୁ ଏହାର କୁପ୍ରଭାବ ମଣିଷ ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଫସଲର ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି ଗୁର୍ଜର କହିଛନ୍ତି । ତେବେ, କୀଟନାଶକ ସିଞ୍ଚନ ହେଉଥିବା ଅଞ୍ଚଳର ଲୋକେ ସିଂଚନ ସମୟରେ ମୁହଁ ଓ ଶରୀରକୁ ଘୋଡାଇ ରଖିବା ଦରକାର ବୋଲି ଡକ୍ଟର ଗୁର୍ଜର କହିଛନ୍ତି ।

କୃଷକମାନେ ବି ପାରିବେ

ବିଶେଷଜ୍ଞମାନେ କହନ୍ତି ଯେ, ଜୋରରେ ଶବ୍ଦ କରି ପଙ୍ଗପାଳମାନଙ୍କୁ ସହଜରେ ଘଉଡାଇ ହେବ । ଏହା ଦ୍ୱାରା ସେମାନେ ଦିଗ ବଦଳାଇବେ । ଘଣ୍ଟ, ବାଜା, ଓ ବିଭିନ୍ନ ବାସନକୁସନ ଶବ୍ଦ କରି ବଜାଇ କୃଷକ ଓ ସ୍ଥାନୀୟ ଲୋକେ ପଙ୍ଗପାଳଙ୍କୁ ଘଉଡାଇ ପାରିବେ କୃଷି ମନ୍ତ୍ରାଳୟର ଜଣେ ବରି ଅଧିକାରୀ କହିଛନ୍ତି ।

ଠିଆ ଫସଲକୁ ବିପଦ ନାହିଁ

ଗତ ମାସକ ମଧ୍ୟରେ ଭାରତକୁ ବହୁସଂଖ୍ୟାରେ ପଙ୍ଗପାଳ ଦଳ ପଶିଆସିଥିଲେ ମଧ୍ୟ ଦେଶରେ ଅମଳ ହୋଇ ନ ଥିବା ଫସଲ ପ୍ରତି କୌଣସି ବଡ ଧରଣର କ୍ଷତି ହେବ ନାହିଁ ବୋଲି ଡକ୍ଟର କେ.ଏଲ ଗୁର୍ଜର ଭଳି ବିଶେଷଜ୍ଞ କହିଛନ୍ତି । ଏ ନେଇ କେଉଁଠାରୁ ହେଲେ ରିପୋର୍ଟ ଆସି ନ ଥିବା ସେ କହିଛନ୍ତି । କେବଳ ରାଜସ୍ଥାନର ଶ୍ରୀଗଙ୍ଗା ନଗର ଜିଲ୍ଲାରେ କପାଚାଷ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି । ଡକ୍ଟର ଗୁର୍ଜର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ରାଜସ୍ଥାନରେ କପା ଫସଲର କ୍ଷତି ପରିମାଣ ମାତ୍ର ୫ ପ୍ରତିଶତରେ ସୀମିତ ।

ଖରିଫ ଚାଷ ପ୍ରତି ବିପଦ ଆଶଙ୍କା

ଯଦି ପଙ୍ଗପାଳ ଦଳ ଆସନ୍ତା ଖରିଫ ଋତୁ ଯାଏଁ ତିଷ୍ଠି ରହନ୍ତି, ତାହା ହେଲେ ଖରିଫ ଚାଷ ପ୍ରତି ବିପଦ ସୃଷ୍ଟି ହୋଇପାରେ । ତେଣୁ ସେ ସମୟ ଆଗରୁ ହିଁ ପଙ୍ଗପାଳଙ୍କୁ ନିୟନ୍ତ୍ରଣ କରିବାକୁ ଜୋରଦାର ଉଦ୍ୟମ କରାଯିବ ବୋଲି କୃଷି ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ।

ଦିଲ୍ଲୀ ପ୍ରତି ସହରକୁ ବିପଦ ନାହିଁ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ସହରରେ ପଙ୍ଗପାଳ ଗୋଷ୍ଠୀଙ୍କୁ ବହୁଥର ଦେଖିବାକୁ ମିଳିଛି । ଆଉ ଏହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ବିଶେଷ କରି ରାଜସ୍ଥାନରେ ପଙ୍ଗପାଳ ଦଳ ଆତଙ୍କ ସୃଷ୍ଟି କରିଛନ୍ତି । ଏଭଳି ସ୍ଥିତି ରାଜସ୍ଥାନ ପାଖାପାଖି ଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ଉଦବେଗ ସୃଷ୍ଟି କରିଛି । ତେବେ, ପଙ୍ଗପାଳମାନେ ଦିଲ୍ଲୀ ଓ ଅନ୍ୟ ବଡ ସହରକୁ ଆସିବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ଡକ୍ଟର କେ.ଏଲ ଗୁର୍ଜର । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ପବନର ଗତି ବଦଳିଲେ ହୁଏ ତ ପଙ୍ଗପାଳମାନେ ସେମାନଙ୍କ ଦିଗ ବଦଳାଇପାରନ୍ତି । ତେବେ, ଦିଲ୍ଲୀକୁ କୌଣସି ବିପଦ ନାହିଁ ବୋଲି ଡକ୍ଟର ଗୁର୍ଜର ସୂଚନା ଦେଇଛନ୍ତି ।

ଆଫ୍ରିକାରେ ହିଁ ପଙ୍ଗପାଳଙ୍କ ସୃଷ୍ଟି

ଏ ବର୍ଷ ପ୍ରାରମ୍ଭରେ ପୂର୍ବ ଆଫ୍ରିକାରେ ଶହ ଶହ ବିଲିଅନ ସଂଖ୍ୟକ ପଙ୍ଗପାଳଙ୍କ ସୃଷ୍ଟି ହୋଇଥିଲା । କେନିଆ, ଇଥିଓପିଆ, ସୋମାଲିଆ ଓ ଅନ୍ୟ ପୂର୍ବ ଆଫ୍ରିକୀୟ ଦେଶଗୁଡିକ ବର୍ଷ ବର୍ଷ ଧରି ପଙ୍ଗପାଳ ଜନିତ ସମସ୍ୟାର ସାମନା କରିଆସିଛନ୍ତି । ତେବେ, ଏ ବର୍ଷ ପୂର୍ବ ଆଫ୍ରିକୀୟ ଦେଶଗୁଡିକରେ ସେମାନଙ୍କ ସଂଖ୍ୟା ବିଶେଷଜ୍ଞଙ୍କୁ ଚକିତ କରିଛି । ମଧ୍ୟପ୍ରାଚ୍ୟ ପରେ ଇରାନ ଓ ପାକିସ୍ତାନ ଦେଇ ସେମାନେ ଭାରତର ରାଜସ୍ଥାନରେ ପ୍ରବେଶ କରିଛନ୍ତି । ପଙ୍ଗପାଳମାନେ ଏ ବର୍ଷ ଜାନୁଆରୀଠାରୁ ଏପ୍ରିଲ ଯାଏଁ ପୂର୍ବର ଆଫ୍ରିକୀୟ ଦେଶଗୁଡିକରେ ଫସଲ ନଷ୍ଟ କଲା କରି କୃଷକଙ୍କ ଜୀବିକା ବିପନ୍ନ କଲା ପରେ ଏପ୍ରିଲ ଶେଷ ସପ୍ତାହରେ ଭାରତରେ ପ୍ରବେଶ କରିଥିଲେ ।

ସମସ୍ୟା କିଛି ଦିନ ରହିବ

ବିଶେଷଜ୍ଞମାନେ କହନ୍ତି ଯେ, ପଙ୍ଗପାଳ ଦଳ ପାକିସ୍ତାନ-ଇରାନ ସୀମା ଦେଇ ଭାରତକୁ ଆସିବା ଜାରି ରଖିବେ । ଡକ୍ଟର ଗୁର୍ଜର ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ଯେ, ଜୁଲାଇ ମଧ୍ୟଭାଗ ଯାଏଁ ପଙ୍ଗପାଳ ଭାରତ ଆସିବା ଜାରି ରଖିବେ । ତେବେ, ପଙ୍ଗପାଳମାନେ ବଞ୍ଚିପାରିବେ ନାହିଁ । ସେମାନଙ୍କୁ ଖୁବ୍ ଶୀଘ୍ର ନିୟନ୍ତ୍ରଣ କରାଯିବ ବୋଲି ଡକ୍ଟର କେ.ଏଲ୍ ଗୁର୍ଜର କହିଛନ୍ତି ।

କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.