ETV Bharat / bharat

ୟୁପିରେ ଲକଡାଉନ ନିୟମ କଡାକଡାି, ଉଲ୍ଲଙ୍ଘନ କଲେ ଲାଗିବ ଜୋରିମାନା - lockdown fine

ୟୁପିରେ କୋରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟସରକାର ପ୍ରତ୍ୟେକ ଦିନ ନିୟମକୁ କଡାକଡି ଭାବେ ଲାଗୁ କରୁଛନ୍ତି । ଅଧିକ ପଢନ୍ତୁ...

ୟୁପିରେ ଲକଡାଉନ ନିୟମ କଡାକଡା, ଉଲ୍ଲଙ୍ଘନ କଲେ ଲାଗିବ ଜୋରିମାନା

author img

By

Published : May 17, 2020, 3:49 PM IST

ଲକ୍ଷ୍ନୌ: ମାସ୍କ ବ୍ୟବହାରକୁ ନେଇ କଡାକଡି କଲେ ଉତ୍ତରପ୍ରଦେଶର ସରକାର । ବିନା ମାସ୍କରେ ଘରୁ ବାହାରକୁ ବାହାରିଲେ 100 ରୁ 500 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ । ସେହିଭଳି ଲକଡାଉନ ଉଲ୍ଲଂଘନ ପାଇଁ 100 ରୁ 1000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପାଇଁ ବ୍ୟବସ୍ଥା କରାଯାଇଛି। କେବଳ ଦୁଇ ଚକିଆ ଯାନରେ ଡ୍ରାଇଭର ହିଁ କେବଳ ବସିପାରିବେ । ଯଦି ପଛରେ କୌଣସି ବ୍ୟକ୍ତି ବସନ୍ତି ତେବେ 250 ରୁ 1000 ଟଙ୍କା ମଧ୍ୟରେ ଜୋରିମାନା ଦେବାକୁ ପଡିବ । ଏହା ସହିତ ଡ୍ରାଇଭରର ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯିବ । କୋରୋନା ମହାମାରୀ ନିୟନ୍ତ୍ରଣ ଅଧିନିୟମ ଅନୁଯାୟୀ, ମାସ୍କ ପିନ୍ଧିବା, ଲକଡାଉନ ଉଲ୍ଲଂଘନ କରିବା ଏବଂ 2 ଚକିଆ ଯାନରେ ଯାତ୍ରା କରିବାକୁ ଅନୁମତି ବିଷୟରେ ବିଜ୍ଞପ୍ତି ଜାରି କରାଯାଇଛି। ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଅମିତ ମୋହନ ପ୍ରସାଦ ଶନିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଏବଂ ସୂଚନା ବିଭାଗର ଅବନୀଶ ଅବସ୍ତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ୟୁପିରେ ଲକଡାଉନ ନିୟମ କଡାକଡା, ଉଲ୍ଲଙ୍ଘନ କଲେ ଲାଗିବ ଜୋରିମାନା
ୟୁପିରେ ଲକଡାଉନ ନିୟମ କଡାକଡା, ଉଲ୍ଲଙ୍ଘନ କଲେ ଲାଗିବ ଜୋରିମାନା

ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଯେ, କେବଳ ଜଣେ ବ୍ୟକ୍ତି ଦୁଇ ଚକିଆ ଯାନରେ ଯାଇପାରିବ । ଯଦି ଦୁଇ ଜଣ ବ୍ୟକ୍ତି ଦୁଇ ଚକିଆ ଯାନରେ ଯାତ୍ରା କରୁଥିବା ଦେଖିବାକୁ ମିଳେ, ତେବେ ନିୟମ ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କୁ ପ୍ରଥମ ଥର 250 ଟଙ୍କା, ଦ୍ୱିତୀୟ ଥର 500 ଟଙ୍କା ଏବଂ ତୃତୀୟ ଥର 1000 ଟଙ୍କା ଜରିମାନା କରାଯିବ। ଲାଇସେନ୍ସ ବାତିଲ ମଧ୍ୟ କରାଯିବ। ଏହି ପରିପ୍ରେକ୍ଷୀରେ ଅମିତ ମୋହନ ପ୍ରସାଦ ଏହା ମଧ୍ୟ କହିଛନ୍ତି ଯେ ଯଦି ଦୁଇ ଚକିଆ ଗାଡି ଚଳାଇବା କାହାକୁ ନଆସେ ତେବେ ସେ ପଛରେ ବସି ଅଫିସ କିମ୍ବା ଆବଶ୍ୟକ କାମ ପାଇଁ ଯାଇ ପାରିବେ । କିନ୍ତୁ ଏହି ଅନୁମତି ପ୍ରଥମେ ପ୍ରଶାସନଠାରୁ ନେବାକୁ ପଡିବ । କିନ୍ତୁ ଗାଡିରେ ବସୁଥିବା ଉଭୟଙ୍କୁ ହେଲମେଟ ଏବଂ ମାସ୍କ ପିନ୍ଧିବାକୁ ପଡିବ ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ୟୁପି ସରକାର ନିରନ୍ତର କଡା ପଦକ୍ଷେପ ନେଉଛନ୍ତି । ଲକଡାଉନରେ ନିୟମ ପାଳନ ନକଲେ ଦଣ୍ଡ ବିଧାନ କରାଯିବ । ତେବେ ୟୁପିରେ ଶନିବାର 203 ଟି ନୂଆ କୋରୋନା ପଜିଟିଭ ମାମଲା ହୋଇଥିବାବେଳେ 275 ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ରାଜ୍ୟରେ 1713ଟି ସକ୍ରିୟ ମାମଲା ଥିବାବେଳେ 2441 ସଂକ୍ରମଣମୁକ୍ତ ହେବା ପରେ ସୁସ୍ଥ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 104 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.