ETV Bharat / bharat

ଲକଡାଉନ୍ 2.0; ଆଜି ଅନେକ ରାଜ୍ୟରେ କୋହଳ ହେବ ନିୟମ - corona virus

ମୋଦି ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନକୁ ସପ୍ତାହେ ବିତି ଗଲାଣି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 20ରୁ ଅର୍ଥନୀତିକୁ ସମ୍ଭାଳିବା ପାଇଁ କିଛି ବିଭାଗ ଖୋଲିବା ନେଇ ଅନୁମତି ଦେଇପାରନ୍ତି ବୋଲି ସୂଚନା ଦେଇଥିଲେ ।

lockdown
ଲକଡାଉନ୍ 2.0
author img

By

Published : Apr 20, 2020, 11:01 AM IST

Updated : Apr 20, 2020, 11:11 AM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନକୁ ସପ୍ତାହେ ବିତି ଗଲାଣି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 20ରୁ ଅର୍ଥନୀତିକୁ ସମ୍ଭାଳିବା ପାଇଁ କିଛି ବିଭାଗ ଖୋଲିବା ନେଇ ଅନୁମତି ଦେଇପାରନ୍ତି ବୋଲି ସୂଚନା ଦେଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରବିବାର ଏକ ସର୍ତ୍ତମୂଳକ ଗାଇଡଲାଇନ ଜାରି କରି ରାଜ୍ୟ ମଧ୍ୟରେ ଶ୍ରମିକଙ୍କ ଗତିବିଧିକୁ ଅନୁମୋଦନ କରିଛି । କିନ୍ତୁ ଏହାସହ ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, କୋରୋନା ହଟସ୍ପଟ ସ୍ଥାନ କୌଣସି ପ୍ରକାର ଖୋଲାଯାଇପାରିବନି । ସେମାନଙ୍କର ନିଜସ୍ବ ରଣନୀତି ମଧ୍ୟ ରାଜ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଛି ।

ଆଜି କିଛି ରାଜ୍ୟରେ ଲକଡାଉନ୍ ଖୋଲିପାରେ । ଯେଉଁ ସ୍ଥାନ ଗୁଡିକ ହ୍ବାଇଟ କିମ୍ବା ଗ୍ରୀନ ଜୋନରେ ସାମିଲ ଥିବ, ସେହି ସ୍ଥାନ ଖୋଲିବାର ସମ୍ଭାବନା ରହିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରି ଫସିରହିଥିବା ଶ୍ରମିକଙ୍କୁ ରାଜ୍ୟ ସୀମା ଭିତରେ ଯିବା ପାଇଁ ଅନୁମତି ଦିଆଯାଇଛି ।

ଯେଉଁ ଶ୍ରମିକମାନେ ରାଜ୍ୟ ଭିତରେ ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍କ୍ରିନିଂ କରାଯିବା ଉଚିତ ଏବଂ ଯଦି ସେମାନଙ୍କର ଲକ୍ଷଣ ନଥାଏ ତେବେ ସେମାନଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରକୁ ପଠାଯିବା ଉଚିତ । କିନ୍ତୁ ରାଜ୍ୟ ସୀମା ବାହାରେ ଥିବା କୌଣସି ଶ୍ରମିକ ଯାଇପାରିବେ ନାହିଁ । ରାଜ୍ୟ ମଧ୍ୟରେ ଶ୍ରମିକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯିବା ପରେ ସାମାଜିକ ଦୂରତା ଅନୁସରଣ କରାଯିବ । ଯାତ୍ରା ସମୟରେ ଶ୍ରମିକମାନଙ୍କ ଖାଦ୍ୟ ଏବଂ ପାନୀୟ ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିବାକୁ ପଡିବ ।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏହି ଗାଇଡଲାଇନ ଏକ ସ୍ପଷ୍ଟ ସୂଚକ ଯେ, ସୋମବାର ଠାରୁ ସରକାର କୋରୋନା କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ସତର୍କତାମୂଳକ ଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗାଇଡଲାଇନ ସତ୍ତ୍ବେ ମଧ୍ୟ ରାଜ୍ୟରେ କୋହଳ କରିବା ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳୁନି ।

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସମସ୍ତ ଜିଲ୍ଲାପାଳଙ୍କୁ ଲକଡାଉନ୍ ନିୟମ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଗହମ କିଣିବା ବ୍ୟତୀତ ପଞ୍ଜାବରେ କର୍ଫ୍ୟୁରେ କୌଣସି ଆରାମ ମିଳିବ ନାହିଁ। ମଣ୍ଡିରେ କ୍ରୟ ଅନୁମତି ଦିଆଯାଇଥିଲା କିନ୍ତୁ ସେମାନଙ୍କୁ ସ୍ବାସ୍ଥ୍ୟ ଅଡିଟ୍ କରିବାକୁ ମଧ୍ୟ କୁହାଯାଇଛି।

ରମଜାନରେ ମଧ୍ୟ କୌଣସି ପ୍ରକାରର ରିହାତି ନଦେବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, କୋରୋନା ମହାମାରୀ ହେତୁ ଏପର୍ଯ୍ୟନ୍ତ କୌଣସି ନିୟମ କୋହଳ କରାଯିବ ନାହିଁ ।

ଅନ୍ୟପକ୍ଷେ ମହାରାଷ୍ଟ୍ରର ଅରେଞ୍ଜ ଓ ଗ୍ରୀନ ଜୋନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରାଯିବ । ଉତ୍ତରପ୍ରଦେଶରେ ମଧ୍ୟ ଆଜିଠୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିସହ ମଧ୍ୟପ୍ରଦେଶ ମଧ୍ୟ ତିନି ଭାଗରେ ବିଭକ୍ତ ହୋଇ କାମ ଆରମ୍ଭ କରିବ । ଯେଉଁ ସ୍ଥାନରେ ସଂକ୍ରମଣ ହୋଇଛି ସେଠାରେ ସାମାଜିକ ଦୂରତା ରଖି କାର୍ଯ୍ୟ ଆରମ୍ଭ ହେବ । ହଟସ୍ପଟ ସ୍ଥାନ ଛାଡି ବାକି ସ୍ଥାନରେ ନିୟମ କୋହଳ ହେବ ଓ ଅନ୍ୟପକ୍ଷେ ଭୋପାଲ, ଉଜ୍ଜେନ, ଇନ୍ଦୋରରେ କୌଣସି ନିୟମ କୋହଳ କରାଯିବ ନାହିଁ ।

Last Updated : Apr 20, 2020, 11:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.