ETV Bharat / bharat

ଲକଡାଉନ କମାଇଛି ବାୟୁ ପ୍ରଦୂଷଣ : ବଞ୍ଚିଗଲା 630 ଜୀବନ, 690 ମିଲିୟନ ଡଲାର - ବାୟୁ ପ୍ରଦୂଷଣ

ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଭାରତର ପାଞ୍ଚଟି ସହରରେ ବାୟୁ ପ୍ରଦୂଷଣ ସ୍ତରର କୋରୋନା ଲକଡାଉନ ଫଳରେ ଦ୍ବାରା ହ୍ରାସ ହୋଇଛି । ସେହିପରି ପ୍ରାୟ 630 ଅକାଳ ମୃତ୍ୟୁକୁ ରୋକାଯାଇଛି ଏବଂ ଦେଶରେ 690 ନିୟୁତ ଡଲାରର ସ୍ବାସ୍ଥ୍ୟ ଖର୍ଚ୍ଚ ବଞ୍ଚିଛି ।

_Lockdown
_Lockdown
author img

By

Published : Jul 17, 2020, 7:01 PM IST

ନୂଆଦିଲ୍ଲୀ: କୋରୋନା କାରଣରୁ ସାରା ବିଶ୍ବ ଏବେ ଅଣାୟତ୍ତ ସ୍ଥିତିରେ । ମହାମାରୀର ପ୍ରକୋପ ଓ ପାଦୁର୍ଭାବ କାରଣରୁ ସ୍ବାସ୍ଥ୍ୟ, ଶିକ୍ଷା,ଶିଳ୍ପ, ସାମାଜିକ, ସାଂସ୍କୃତିକ ସମସ୍ତ ବିଭାଗ ବିପର୍ଯ୍ୟସ୍ତ, ଅସ୍ତବ୍ୟସ୍ତ । ମାତ୍ର କୋରୋନା କାଳ ବିପଜ୍ଜନକ ହେବା ସହ ଅନେକ ଦିଗରେ ବରଦାନ ଓ ଲାଭବାନ ରହିଛି । ପରିବେଶ ପ୍ରଦୂଷଣ, ଦୁର୍ଘଟଣା ଠାରୁ ଆରମ୍ଭ କରି ଜୀବଜଗତ ଉପରେ ଏହାର ଭଲ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ କୋରୋନା କାଳରେ ଅନେକ ରିପୋର୍ଟ କୋରୋନାର ସକରାତ୍ମକ ଦିଗକୁ ସାମ୍ନାକୁ ଆଣଛି । ବାୟୁ ଗୁଣବତ୍ତା ବୃଦ୍ଧି ଏଥିମଧ୍ୟରୁ ଅନ୍ୟତମ ।

ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଭାରତର ପାଞ୍ଚଟି ସହରରେ ବାୟୁ ପ୍ରଦୂଷଣ ସ୍ତରର କୋରୋନା ଲକଡାଉନ ଫଳରେ ଦ୍ବାରା ହ୍ରାସ ହୋଇଛି । ସେହିପରି ପ୍ରାୟ 630 ଅକାଳ ମୃତ୍ୟୁକୁ ରୋକାଯାଇଛି ଏବଂ ଦେଶରେ 690 ନିୟୁତ ଡଲାରର ସ୍ବାସ୍ଥ୍ୟ ଖର୍ଚ୍ଚ ବଞ୍ଚିଛି । ବ୍ରିଟେନର ସରେ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ପାଞ୍ଚଟି ଭାରତୀୟ ସହର - ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ହାଇଦ୍ରାବାଦରେ ଲକଡାଉନ୍ ଅବଧି ଆରମ୍ଭରୁ ଯାନବାହନ ତଥା ଅନ୍ୟାନ୍ୟ ଉତ୍ସରୁ କ୍ଷତିକାରକ ସୂକ୍ଷ୍ମ କଣିକା ପଦାର୍ଥ (PM2.5) ର ମୂଲ୍ୟାଙ୍କନ କରିଛନ୍ତି ।

ଏକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ 25 ମାର୍ଚ୍ଚରୁ 11 ମେ ପର୍ଯ୍ୟନ୍ତ ଲକଡାଉନରେ PM2.5 ଆକଳନକୁ ପୂର୍ବ ପାଞ୍ଚ ବର୍ଷର ସମାନ ସମୟ ତୁଳନା ସହ ତୁଳନା କରାଯାଇଥିଲା । ଏଥିରୁ ଜାଣିବାକୁ ମିଳିଲା ଯେ, ଏହି ସମୟରେ ଏହି ସବୁ ସ୍ଥାନରେ ପ୍ରଦୂଷଣ ସ୍ତର ଲକଡାଉନ ଅବଧି ସମୟରେ ହ୍ରାସ ପାଇଛି ।

ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ସମୟ ମଧ୍ୟରେ ମୁମ୍ବାଇରେ ଏହି ବାୟୁର ପ୍ରଦୂଷଣ ସ୍ତର 10% ଏବଂ ଦିଲ୍ଲୀରେ 54% ହ୍ରାସ ପାଇଛି । ବାୟୁ ପ୍ରଦୂଷଣ ହ୍ରାସ ହେତୁ ମୃତ୍ୟୁହାର ମଧ୍ୟ ହ୍ରାସ ରହିଛି । ଏହାର ମୂଲ୍ୟକୁ ମଧ୍ୟ ହିସାବ କରାଯାଇଥିଲା । ଏଥିରୁ ଜାଣିବାକୁ ପାଇଲେ ଯେ PM2.5 ର ନିମ୍ନ ସ୍ତର 630 ଲୋକଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇପାରିଛି । ଏଥିସହ ଭାରତରେ 690 ନିୟୁତ ଡଲାରର ସ୍ବାସ୍ଥ୍ୟସେବା ଖର୍ଚ୍ଚ ମଧ୍ୟ ବଞ୍ଚିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.