ETV Bharat / bharat

ଗାଜିଆବାଦରେ ଲକଡାଉନ ଅବଧି ମେ' 31କୁ ବୃଦ୍ଧି, ସମସ୍ତ ପ୍ରତିବନ୍ଧକ ବଳବତ୍ତର - corona virus

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ-19ର ବଢୁଥିବା ମାମଲା ଏବଂ ଆଗାମୀ ଇଦ୍ ପର୍ବକୁ ଦୃଷ୍ଟିରେ ରଖି ଏହି ଲକଡାଉନ ଅବଧି ମେ 31କୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଗାଜିୟାବାଦରେ ଲକଡାଉନ ଅବଧି ମେ' 31କୁ ବୃଦ୍ଧି
ଗାଜିୟାବାଦରେ ଲକଡାଉନ ଅବଧି ମେ' 31କୁ ବୃଦ୍ଧି
author img

By

Published : May 6, 2020, 11:46 AM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ପ୍ରକୋପ ଜାରି ରଖିଛି। ସାରା ଦେଶ ଲକଡାଉନ ହୋଇଥିଲେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ଏହି କାରଣରୁ ଦେଶରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏଥିସହିତ ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ଜିଲ୍ଲାପାଳ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଅବଧିକୁ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗାଜିୟାବାଦରେ ଲକଡାଉନ ଅବଧି ମେ' 31କୁ ବୃଦ୍ଧି
ଗାଜିୟାବାଦରେ ଲକଡାଉନ ଅବଧି ମେ' 31କୁ ବୃଦ୍ଧି

ଏକ ଆଦେଶରେ ଗାଜିଆବାଦର ଜିଲ୍ଲାପାଳ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟରେ ଲକଡାଉନ ବୃଦ୍ଧି ସମୟରେ ଲାଗୁ ହୋଇଥିବା ସମସ୍ତ ପ୍ରତିବନ୍ଧକ 31 ମେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ-19ର ବଢୁଥିବା ମାମଲା ଏବଂ ଆଗାମୀ ଇଦ୍ ପର୍ବକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦଣ୍ଡନୀୟ, ମାସ୍କ ବିନା ବାହାରକୁ ଯିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ହେବ, ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିବ ଏବଂ କୌଣସି ସର୍ବସାଧାରଣ ସ୍ଥାନରେ ପାଞ୍ଚ କିମ୍ବା ଅଧିକ ଲୋକଙ୍କ ସମାବେଶ ନିଷେଧ କରାଯାଇଛି । ମଙ୍ଗଳବାର ଜିଲ୍ଲାରେ ଆଠଟି ନୂଆ କୋଭିଡ-19 ମାମଲା ରିପୋର୍ଟ ହୋଇଛି । ଏହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା 103ରେ ପହଞ୍ଚିଛି । ଏଥି ମଧ୍ୟରୁ 50 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସମସ୍ତ ସାର୍ବଜନୀନ କାର୍ଯ୍ୟକ୍ରମ ଯଥା ସାଂସ୍କୃତିକ, ଧାର୍ମିକ, ରାଜନୈତିକ, କ୍ରୀଡା ଇଭେଣ୍ଟ ଏବଂ ସମାବେଶ ରାଲି ଗୁଡିକ 31 ମେ ପର୍ଯ୍ୟନ୍ତ ବନ୍ଦ ରହିବ । କୌଣସି ବିବାହ ସମାରୋହ କିମ୍ବା ଅନ୍ତିମ ସଂସ୍କାର ପାଇଁ ପୂର୍ବ ଅନୁମତି ଆବଶ୍ୟକ ହେବ । ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ପାଇଁ, ଲୋକମାନେ ସକାଳ 7 ରୁ 7 ଟା ମଧ୍ୟରେ ବୁଲାବୁଲି କରିପାରିବେ । 65 ରୁ ଅଧିକ ଏବଂ 10 ବର୍ଷରୁ କମ୍ ଲୋକ, ଗର୍ଭବତୀ ମହିଳା ଓ ରୋଗୀଙ୍କୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ଘରୁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି । ସେଲୁନ୍, ସ୍ପା, ମଲ୍, ସିନେମା, ଜିମ୍, କ୍ରୀଡା କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଇତ୍ୟାଦି ବନ୍ଦ ରହିବ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.