ETV Bharat / bharat

ଲକଡାଉନରେ ଇଦ ପାଳିବାକୁ ଅନୁମତି,ହେଲେ ମସଜିଦ ମନା - ଲକଡାଉନରେ ଇଦ ପାଳିବାକୁ ଅନୁମତି

ଦେଶରେ ଆଜି ଠାରୁ ଲକଡାଉନ 4.0 ଲାଗୁ ହୋଇଛି । ଏହି ସମୟରେ ନୂଆ କଟକଣା ଜାରି ରହିଛି । ଏପରି ସ୍ଥିତିରେ ମେ 24ରେ ହେବାକୁ ଥିବା ଇଦ ପାଇଁ ସରକାର ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

ଲକଡାଉନରେ ଇଦ ପାଳିବାକୁ ଅନୁମତି, ବନ୍ଦ ରହିବ ମସଜିଦ

author img

By

Published : May 18, 2020, 10:26 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ବିପତ୍ତି ଆହୁରି ବିପଦ ଆଡକୁ ଠେଲି ହୋଇଯାଉଛି । ସଂକ୍ରମଣ ରୋକ ଲାଗିବା ପରିବର୍ତ୍ତେ ସଂକ୍ରମଣ ହାର ବଢିବାରେ ଲାଗିଛି । ଯାହାକୁ ନଜରରେ ସରକାର ଲକଡାଉନ 4.0 ଲାଗୁ କରିଛନ୍ତି । ଏହି କଟକଣା ମେ 31 ଯାଏଁ ବଳତ୍ତର ରହିବ । ଏହି ସମୟରେ ସମସ୍ତ ସାବର୍ଜନିକ ସ୍ଥାନ ସହ ଧାର୍ମିକ ସ୍ଥଳ ବନ୍ଦ ରହିବ । କିନ୍ତୁ ଲକଡାଉନରେ ବି ଇଦ ପାଳିପାରିବେ ମୁସଲିମ ଭାଇ-ଭଉଣୀ।

ପବିତ୍ର ରମଜାନ ମାସର ଶେଷ ଦିନକୁ ଇଦ ଭାବେ ପାଳନ କରନ୍ତି ମୁସଲିମ ସମ୍ପଦ୍ରାୟ । ଚଳିତ ମାସ ମେ 24ରେ ପାଳନ ହେବାକୁ ଇଦ୍‌ । ହେଲେ ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ଲକଡାଉନ 4.0 । ଏପରି ସ୍ଥଳରେ କିପରି ଇଦି ପାଳିବେ ସେନେଇ ସମସ୍ତ ମୁସଲିମ ଭାଇଭଉଣୀ ଚିନ୍ତା । ଚତୁର୍ଥ ପର୍ଯ୍ୟାୟ ଏହି ଲକଡାଉନରେ ଇଦ ପାଳନ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ମସଜିଦରେ କେହି ଏକାଠି ଇଦ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ ।

ଲକଡାଉନ 4.0ରେ ସମସ୍ତ ଧାର୍ମିକ ସ୍ଥଳ ବ୍ୟତୀତ, ଜିମ, ସୁଇମିଂ ପୁଲ, ସ୍କୁଲ, କଲେଜ ଓ ରେଷ୍ଟୁରାଣ୍ଚ, ହୋଟେଲ, ସିନେମା ହଲ , ସପିଂ ମଲ ବନ୍ଦ ରହିବ । ସ୍କୁଲ ଓ କଲେଜ ବନ୍ଦ ସତ୍ତ୍ବେ ପିଲାଙ୍କୁ ଅନଲାଇନ ମାଧ୍ୟମରେ ପାଠପଢା ଜାରି ରହିବ । ରେଳ, ମେଟ୍ରୋ, ଘରୋଇ ଏବଂ ବିଦେଶୀ ବିମାନ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ। ଏଥର ଲକଡାଉନରେ ଅନେକ ରିହାତି ମଧ୍ୟ ଦିଆଯାଇଛି, କିନ୍ତୁ ସେହି ରିହାତି ସହିତ ସର୍ତ୍ତ ଧାର୍ଯ୍ୟ କରାଯାଇଛି । ଏଥିସହ କରୋନା ସମ୍ବନ୍ଧରେ ଦେଶରେ ପାଞ୍ଚଟି ଜୋନ ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏହା ତିନୋଟି ଥିଲା ଗ୍ରୀନ, ଅରେଞ୍ଜ ଓ ରେଡ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.