ETV Bharat / bharat

ନିୟମ ଉଲ୍ଳଙ୍ଘନ ହେଲେ ପୁଣି ଲାଗୁହେବ ଲକଡାଉନ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

author img

By

Published : Jun 25, 2020, 6:42 PM IST

ପୂର୍ବରୁ କର୍ଣ୍ଣାଟକରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଯାହାକୁ ନେଇ ସରକାର ଲକଡାଉନ ଘୋଷଣା କରିଥିବାରୁ ଏହି ମାମଲାରେ ହ୍ରାସ ଘଟିଥିଲା ହେଲେ ଏବେ କୋଭିଡ ନିୟମ ପାଳନ ନକରିବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ...

ନିୟମର ଉଲ୍ଳଙ୍ଘନ ହେଲେ ପୁଣି ଲାଗିୁହେବ ଲକଡାଉନ: ୟେଦିୟୁରପ୍ପା

ବେଙ୍ଗାଲୁରୁ: ଦେଶରେ କୋରୋନା ସଙ୍କଟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅତୀତରେ କର୍ଣ୍ଣାଟକରେ ମଧ୍ୟ କୋରୋନା କାୟା ବିସ୍ତାର କରିଥିଲା, ଆଗକୁ ରାଜ୍ୟରେ ଯେପରି କୋରୋନା ନବ୍ୟାପେ ତାକୁ ନେଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ପୁଣି ଥରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା କହିଛନ୍ତି ଯେ, ଯଦି ଲୋକମାନେ ସାମାଜିକ ଦୂରତା ସହ କୋଭିଡ ନିୟମ ପାଳନ ନ କରିବେ, ତେବେ ବେଙ୍ଗାଲୁରୁରେ ପୁଣି ଥରେ ଲକଡାଉନ ଜାରି କରାଯିବ ।

ସିଏମ କହିଛନ୍ତି ଯେ, ଗତଦିନ ମାନଙ୍କରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଶୀଘ୍ର ଏକ ଜରୁରୀ ବୈଠକ ଡକାଯିବ। ଆମେ ପୁନର୍ବାର ନିୟମକୁ କଡାକଡି କରିପାରିବା, ଏପରି ପରିସ୍ଥିତିରେ ଲୋକଙ୍କ ସହଯୋଗ ଆବଶ୍ୟକ ରହିଛି।

ବର୍ତ୍ତମାନ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଯେ ଲୋକମାନେ ନିୟମକୁ ଅଣଦେଖା କରୁଛନ୍ତି। ସମସ୍ତଙ୍କ ସୁବିଧା ପାଇଁ ଆମେ କିଛି ସେକ୍ଟର ଖୋଲିଛୁ, କିନ୍ତୁ ଯଦି ଏପରି ନିୟମର ଉଲ୍ଲଙ୍ଘନ ହୁଏ, ତେବେ ଆଗାମୀ ଦିନରେ ବେଙ୍ଗାଲୁରୁକୁ ପୁଣି ଥରେ ସିଲ କରାଯିବ ।

ତେବେ କର୍ଣ୍ଣାଟକରେ ସମୁଦାୟ କୋରୋନା ସଂକ୍ରମଣ ସଂଖ୍ୟା 10 ହଜାର ପାର କରିସାରିଛି । ଏଭଳି ପରିସ୍ଥିତିରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ବେଙ୍ଗାଲୁରୁର କେତେକ ଅଞ୍ଚଳରେ ନିୟମକୁ କଡାକଡି କରାଯାଇଛି ଏବଂ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ତଥାପି, ସହରରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.