ETV Bharat / bharat

ବଦ୍ରିନାଥ ଯାତ୍ରାକୁ ଆରମ୍ଭ ନ କରିବାକୁ ସ୍ଥାନୀୟ ପ୍ରତିନିଧିଙ୍କ ଅନୁରୋଧ - badrinath yatra

ସୋମବାର ଠାରୁ ଜନସାଧାରଣଙ୍କ ପାଇଁ ଧାର୍ମିକ ସ୍ଥାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେବେ ବଦ୍ରିନାଥ ସମେତ ଚାରିଧାମର ଯାତ୍ରାକୁ ଆରମ୍ଭ ନ କରିବାକୁ ସ୍ଥାନୀୟ ପ୍ରତିନିଧିମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବଦ୍ରିନାଥ ଯାତ୍ରାକୁ ଆରମ୍ଭ ନ କରିବାକୁ ସ୍ଥାନୀୟ ପ୍ରତିନିଧିଙ୍କ ଅନୁରୋଧ

author img

By

Published : Jun 8, 2020, 11:45 AM IST

ଡେରାଡୁନ: ସୋମବାର ଠାରୁ ଜନସାଧାରଣଙ୍କ ପାଇଁ ଧାର୍ମିକ ସ୍ଥାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେବେ ବଦ୍ରିନାଥ ସମେତ ଚାରିଧାମର ଯାତ୍ରାକୁ ଆରମ୍ଭ ନ କରିବାକୁ ସ୍ଥାନୀୟ ପ୍ରତିନିଧିମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଜୋଶୀମଠ ବ୍ଲକର ମୁଖ୍ୟ ଅନୁପ ସିଂ କହିଛନ୍ତି ଯେ, ‘ସ୍ଥାନୀୟ ଲୋକମାନେ ଯାତ୍ରା ଆରମ୍ଭ କରିବାକୁ ଚାହୁଁନାହାଁନ୍ତି । ସରକାର ତଥାପି ଏହି ଯାତ୍ରା ଜାରି ରଖିବାକୁ ଚାହାଁନ୍ତି । କିନ୍ତୁ ଆମେ ଏହାକୁ ବିରୋଧ କରୁଛୁ । କାରଣ ଯାତ୍ରା ଆରମ୍ଭ ହେଲେ ସ୍ଥାନୀୟ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ସାମାଜିକ ଦୂରତା ନିଶ୍ଚିତ କରିବାକୁ ପଡୁଥିବା ବେଳେ ଯାତ୍ରା ସମୟରେ ଏହା ନିଶ୍ଚିତ ହୋଇପାରିବ ନାହିଁ । ଜୋଶୀମଠ ମଧ୍ୟ ଏପରି ଏକ କ୍ଷେତ୍ର ଯେଉଁଥିରେ କୌଣସି ଚିକିତ୍ସା ସୁବିଧା ନାହିଁ । ତେଣୁ ଆମେ ଏହି ଯାତ୍ରାକୁ ଅନୁମତି ନ ଦେବାକୁ ସରକାରଙ୍କୁ ଅନୁରୋଧ କରୁଛୁ ବୋଲି ସିଂ କହିଛନ୍ତି ।’

ପାଣ୍ଡୁକେଶ୍ବରର ମୁଖ୍ୟ ବବିତା ଦେବୀ କହିଛନ୍ତି, ‘ଚଳିତ ବର୍ଷ ଏହି ଯାତ୍ରା ଜାରି ରଖିବାକୁ ଆମେ ଚାହୁଁନାହୁଁ । କୋରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି । ଆମେ ଚାହୁଁ ସରକାର ଏହି ଯାତ୍ରା ବାତିଲ କରନ୍ତୁ ।’ ବଦ୍ରିନାଥର ନଗର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ପୁରୋହିତ କହିଛନ୍ତି ଯେ, ‘ଯାତ୍ରା ଆରମ୍ଭ ହେବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିଛୁ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆମେ ପ୍ରସ୍ତୁତ ରହିଛୁ । ଆମେ ପ୍ରତିଦିନ ମନ୍ଦିରକୁ ସାନିଟାଇଜ କରୁଛୁ । ଥର୍ମାଲ ସ୍କ୍ରିନିଂର ମଧ୍ୟ ସମସ୍ତ ବ୍ୟବସ୍ଥା କରିଛୁ ।’

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପ୍ରସିଦ୍ଧ କ୍ଷେତ୍ର ବଦ୍ରିନାଥଙ୍କ କବାଟ ଦୀର୍ଘ ଶୀତ ବିରତି ପରେ ମେ 15ର ସକାଳ 4.30ରେ ଖୋଲା ଯାଇଥିଲା । ମନ୍ଦିର ଖୋଲିବା ପରେ ପ୍ରବେଶ ପାଇଁ କେବଳ 28 ଜଣଙ୍କୁ ଅନୁମତି ଦିଆଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସର୍ବସାଧାରଣ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନ ଗୁଡିକ ସହ ସପିଂ ମଲ ଜୁନ 8ରୁ ଖୋଲିବାକୁ ଅନୁମତି ଦେଇଥିଲେ । ତେବେ କଣ୍ଟେନମେଣ୍ଟ ଜୋନ ଭିତରେ ଏହି ସୁବିଧା ଆରମ୍ଭ ହେବ ନାହିଁ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.