ETV Bharat / bharat

ନିୟନ୍ତ୍ରଣ ରେଖା ନିକଟରୁ ପାକିସ୍ତାନୀ ଗୁପ୍ତଚର ପାରାକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

author img

By

Published : May 25, 2020, 9:56 PM IST

ଆନ୍ତର୍ଜାତିକ ସୀମା ନିକଟରେ ଧରାପଡିଛି ଗୁପ୍ତତର ପାରା । ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା (ଆଇବି)ରେ ଗୁପ୍ତଚର ସନ୍ଦେହରେ ସ୍ଥାନୀୟ ଲୋକ ସୋମବାର ଏକ ପାରାକୁ ଧରିଛନ୍ତି ।

spy pigeon
spy pigeon

ଶ୍ରୀନଗର: କୋରୋନା କାଳରେ ବିଶ୍ବ ମହାସଙ୍କଟର ସାମ୍ନା କରୁଥିବା ବେଳେ ପାକିସ୍ତାନ ଭାରତରେ ଅଶାନ୍ତି, ଅସ୍ଥିରତା ସୃଷ୍ଟି କରିବା ପାଇଁ ହୀନ ଚକ୍ରାନ୍ତ କରିବା ଜାରି ରଖିଛି । ସୋମବାର ସୀମାରେ ପାକିସ୍ତାନର ପୁଣି ଏକ ଚାଲ ସାମ୍ନାକୁ ଆସିଛି । ଆନ୍ତର୍ଜାତିକ ସୀମା ନିକଟରେ ଧରାପଡିଛି ଗୁପ୍ତତର ପାରା । ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା (ଆଇବି)ରେ ଗୁପ୍ତଚର ସନ୍ଦେହରେ ସ୍ଥାନୀୟ ଲୋକ ସୋମବାର ଏକ ପାରାକୁ ଧରିଛନ୍ତି ।

ପାରା ଏକ "କୋଡେଡ୍ ମେସେଜ୍" ବହନ କରିଥିଲା । ଏହି କପୋତଟି ପାକିସ୍ତାନ ପଟୁ ଭାରତ ଆଡକୁ ଉଡି ଆସୁଥିବା ସମୟରେ ହିରାନଗର ସେକ୍ଟରର ମାନ୍ୟାରୀ ଗାଁର ବାସିନ୍ଦା ମାନେ ପାରାଟିକୁ ଧରି ନେଇଥିଲେ ।

ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷା ଏଜେନ୍ସିମାନେ “କୋଡେଡ୍ ମେସେଜ୍” ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ।

କାଠୁଆର ବରିଷ୍ଠ ପୋଲିସ ଅଧୀକ୍ଷକ ଶୈଳେନ୍ଦ୍ର ମିଶ୍ର କହିଛନ୍ତି, ରବିବାର ଗ୍ରାମବାସୀ ସ୍ଥାନୀୟ ପୋଲିସ ଷ୍ଟେସନକୁ କପୋତକୁ ହସ୍ତାନ୍ତର କରିଥିଲେ । ଏହାର କିଛି ଗୋଡରେ ଗୋଟିଏ ରିଙ୍ଗ ଲାଗିଥିବା ଦେଖିବାକୁ ମିଳିଛି । ଏନେଇ ଅଧିକ ତଦନ୍ତ ଚାଲୁଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.