ପାଟନା: ନୀତିଶ କୁମାର ହାଏ ହାଏରେ କମ୍ପୁଛି ବିହାର ମୁଜାଫାରପୁର ଶ୍ରୀ କ୍ରୀଷ୍ଣା ହସ୍ପିଟାଲ । ହସ୍ପିଟାଲ ଭିତରେ ପଶିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଘୋର ବିରୋଧ । ଚମକି ଜ୍ବରର ନେଇ ହସ୍ପିଟାଲରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।
ବର୍ତ୍ତମାନ ଚମକି ଜ୍ବରରେ ମୃତ୍ୟୁ ସଂଖ୍ୟା 108 ଛୁଇଁଲାଣି । ତେବେ ଏତେ ଜଣଙ୍କ ମୃତ୍ୟୁପରେ ଏବେ ହସ୍ପିଟାଲରେ ଏବେ ପହଞ୍ଚୁଛନ୍ତି ବିହାର ସରକାର । ହସ୍ପିଟାଲ ବାହାରେ ଶହଶହ ସଂଖ୍ୟାରେ ଲୋକେ ଏକାଠି ହୋଇ ନୀତିଶ ଗୋ ବ୍ୟାକ ନାରା ଲଗାଉ ଥିବାର ଦେଖାଦେଇଛି ।
ଏତେ ପିଲାଙ୍କ ମୃତ୍ୟୁ ପରେ ବି ପ୍ରାୟ 4ଶହରୁ ଊର୍ଦ୍ଧ୍ବ ରୋଗୀ ଶ୍ରୀ କ୍ରୀଷ୍ଣା ମେଡିକାଲ କଲେଜ ଏବଂ କେଜ୍ରିୱାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଏନେଇ ପଦକ୍ଷେପ ନିଆଯାଇ ନାହିଁ ବୋଲି ପ୍ରତିବାଦ କରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ଏବଂ ମୃତ ଶିଶୁଙ୍କ ପରିବାର।