ETV Bharat / bharat

କାଶ୍ମୀରବାସୀଙ୍କୁ ଯମରାଜଙ୍କ କୋରୋନା ସଚେତନତା ! - କୋରୋନା ସଚେତନତା

ଉଦ୍ଧମପୁରର ଜଣେ ସ୍ଥାନୀୟ କଳାକାର ଯମରାଜା ଭଳି ବେଶ ନେଇ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରିଥିଲେ । କୋଭିଡ 19ର ଭୟାବହତା ସମ୍ପର୍କରେ ସେ ଲୋକଙ୍କୁ ବୁଝାଇଥିଲେ । ଅଧିକ ପଢନ୍ତୁ...

କାଶ୍ମୀରବାସୀଙ୍କୁ ଯମରାଜଙ୍କ କୋରୋନା ସଚେତନତା !

author img

By

Published : Jun 13, 2020, 1:38 AM IST

ଶ୍ରୀନଗର: ଦେଶରେ କୋରୋନା ସ୍ଥିତି ଭୟଙ୍କର ପାଲଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷାଧିକ ରହିଛି । ସେହିପରି ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଏପରି ସ୍ଥିତିରେ ଲୋକଙ୍କୁ ସଚେତନ କରିବାକୁ ସରକାର ଅନେକ ଉଦ୍ୟମ କରୁଥିଲେ ମଧ୍ୟ ବହୁତ ଜାଗାରେ ଲୋକେ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି ।

ଏପରି ସ୍ଥିତିରେ ଜମ୍ମୁ ଓ କାଶ୍ମୀରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଉଦ୍ଧମପୁରର ଜଣେ ସ୍ଥାନୀୟ କଳାକାର ଯମରାଜା ଭଳି ବେଶ ନେଇ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରିଥିଲେ । କୋଭିଡ 19ର ଭୟାବହତା ସମ୍ପର୍କରେ ସେ ଲୋକଙ୍କୁ ବୁଝାଇଥିଲେ । ଉଦ୍ଧମପୁରର ସମସ୍ତ ମାର୍କେଟ ଓ ଟ୍ରାଫିକରେ ସେ ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ । କୋରୋନା ଯମରାଜଙ୍କ ଭଳି ମୃତ୍ୟୁଦୂତ ଏବଂ ଏହାଠାରୁ ରକ୍ଷା ପାଇବା ପାଇଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ସେ ଲୋକଙ୍କୁ ବୁଝାଇଥିଲେ । ଘରୁ ବିନା କାରଣରେ ନବାହାରିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଉପରେ ବାର୍ତ୍ତା ବାଣ୍ଟିଥିଲେ ।

ଜମ୍ମୁ ଓ କାଶ୍ମୀରରେ ଅଧିକ ଲୋକଙ୍କୁ ଲକଡାଉନରେ ନିୟମ ଉଲ୍ଲଙ୍ଘନ କରିଥିବା ଦେଖାଯାଇଛି । ପ୍ରକାଶ ଥାଉ କି ଶୁକ୍ରବାର ଏଠାରେ 156 ମାମଲା ବାହାରିଛି । ଏହାସହ ମୋଟ୍ ଆକ୍ରାନ୍ତ 4630 ଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.