ETV Bharat / bharat

ଡିସେମ୍ବର 9ରେ ପୁଣି ଚାଷୀ-ସରକାର ଆଲୋଚନା

author img

By

Published : Dec 5, 2020, 3:42 PM IST

Updated : Dec 5, 2020, 7:40 PM IST

live updates of farmer protest against new law of agricultural bill
ବିଜ୍ଞାନ ଭବନରେ କୃଷକ ପ୍ରତିନିଧିଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଜାରି,

19:35 December 05

ଡିସେମ୍ବର 9ରେ ପୁଣି ଚାଷୀ-ସରକାର ଆଲୋଚନା

ସରକାରଙ୍କ ସହ ପଞ୍ଚମ ରାଉଣ୍ଡ ବୈଠକ ପରେ ଚାଷୀ ନେତାଙ୍କ ପ୍ରତିକ୍ରିୟା । କେନ୍ଦ୍ର ସରକାରଙ୍କ ସହ ପଞ୍ଚମ ରାଉଣ୍ଡ ବୈଠକ  ଶେଷ  ପରେ କୃଷକ ନେତା ରଖିଲେ ପ୍ରତିକ୍ରିୟା । ଡିସେମ୍ବର 9 ରେ ଆମକୁ ଏକ ପ୍ରସ୍ତାବ ପଠାଇବେ । ସେହିଦିନ ସେମାନଙ୍କ ସହ ବୈଠକ ପରେ ପୁଣି ଏନେଇ ଆଲୋଚନା କରିବୁ  ।

19:08 December 05

କୃଷକଙ୍କ ଭାରତ ବନ୍ଦ ଡାକରାକୁ ଟ୍ରେଡ ୟୁନିଅନର ସମର୍ଥନ

ଡିସେମ୍ବର 8 ରେ  କୃଷକ ସଙ୍ଗଠନ ଦ୍ବାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଦେଇଛି ଟ୍ରେଡ ୟୁନିଅନ ।

17:42 December 05

କାନାଡା ସଂସଦରେ କୃଷି ଆଇନ ବିରୋଧ ଆନ୍ଦୋଳନ ପ୍ରସଙ୍ଗ ଆଲୋଚନା ପରେ ସରକାରଙ୍କୁ ଚାଷୀନେତାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: କାନାଡା ସଂସଦରେ ନୂତନ କୃଷି ଆଇନ ବିରୋଧ ଆନ୍ଦୋଳନ ପ୍ରସଙ୍ଗ ଉଠିବା ପରେ କାନାଡା ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ଯଦି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ କାନାଡା ସଂସଦରେ ଆଲୋଚନା ହେଉଛି ଆମ ସଂସଦରେ କେଉଁ କାରଣରୁ ଆଲୋଚନା ହୋଇ ପାରିବ ନାହିଁ ବୋଲି କହିଛନ୍ତି ଜାମହୁରୀ କିଷାନ ସଭାର ସାଧାରଣ ସମ୍ପାଦକ କୁଳବନ୍ତ ସିଂହ ସାନ୍ଧୁ । ପଞ୍ଚମ ପର୍ଯ୍ୟାୟ ଆଲୋଚନାରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। 

17:20 December 05

ସରକାରଙ୍କଠୁ ଲିଖିତ ଉତ୍ତର ଦାବି କଲେ ଚାଷୀ ପ୍ରତିନିଧି

ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀ ପ୍ରତିନିଧିମାନେ ନୂତନ କୃଷି ଆଇନକୁ ନେଇ ସରକାରଙ୍କ ଠାରୁ ଲିଖିତ ଉତ୍ତର ଦାବି କରିଛନ୍ତି । ଚାଷୀମାନଙ୍କ ଏହି ଦାବିରେ ସହମତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ତିନୋଟି ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି ଚାଷୀ। 

16:22 December 05

ସରକାରଙ୍କ ଖାଦ୍ୟ ଗ୍ରହଣ କଲେନି ଚାଷୀ

ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କଲେ ନାହିଁ ଚାଷୀ ନେତା। ଚାଷୀମାନଙ୍କ ପାଖକୁ ଖାଦ୍ୟ ପହଞ୍ଚାଇଲା କର ସେବା ସଂସ୍ଥା । ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ମଧ୍ୟ ଚାଷୀ ନେତାମାନେ ସରକାରଙ୍କ ପକ୍ଷରୁ ପରଶା ଯାଇଥିବା ଖାଦ୍ୟ ଗ୍ରହଣ କରି ନଥିଲେ । ପଞ୍ଚମ ପର୍ଯ୍ୟାୟ ଆଲୋଚନା 15 ମିନିଟର ହୋଇଥିଲା। 3ଟି ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଲନ ଜାରି ରଖିଛନ୍ତି ଚାଷୀ ।   

15:57 December 05

ଯମୁନା ଏକ୍ସପ୍ରେସୱେରେ ଚାଷୀଙ୍କୁ ଅଟକ ରଖିଲା ପୋଲିସ

ଚାଷୀ ଆନ୍ଦୋଲନରେ ଯୋଗ ଦେବାକୁ ଆସିଥିବା ଏକ ବିଶାଳ ଚାଷୀଦଳକୁ ଯମୁନା ଏକ୍ସପ୍ରେସୱେ ରାଜରାସ୍ତାରେ ରୋକିଲା ଦିଲ୍ଲୀ ପୋଲିସ। ଚାଷୀମାନେ ରାଜଧାନୀ ଦିଲ୍ଲୀରେ ପଶିବାକୁ ଚେଷ୍ଟା କରିବା ସହ ଯମୁନା ଏକ୍ସପ୍ରେସୱେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ଆନ୍ଦୋଳନରେ ସାମିଲ ହେବାକୁ ଆସିଥିବା ଚାଷୀଙ୍କୁ ଅଟକ ରଖିଛି ପୋଲିସ । 

15:20 December 05

ବିଜ୍ଞାନ ଭବନରେ ଚାଷୀ ପ୍ରତିନିଧିଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ସହ ଅଧିକ ଆଲୋଚନା କରିିବାକୁ ଚାହୁଁନାହାନ୍ତି କୃଷକ। ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି କୃଷକ। କୃଷକଙ୍କ ଦାବି ନେଇ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଚାଷୀ ନେତା।  

Last Updated : Dec 5, 2020, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.