ETV Bharat / bharat

ମନୀଷକୁ ମାରିଦେଲେ ନାବାଳକ, ସିସିଟିଭିରେ କଏଦ ହତ୍ୟାର ଲାଇଭ ଦୃଶ୍ୟ

author img

By

Published : Jul 13, 2020, 5:28 PM IST

ଘଟଣା ଭୟଙ୍କର ଆଉ ଭୟାନକ । ଯେତିକି ଅଭାବନୀୟ ସେତିକି ଆଶ୍ଟର୍ଯ୍ୟ କଲାଭଳି । ହତ୍ୟାର ଲୋମ ଟାଙ୍କୁରା ଦୃଶ୍ୟ । ଆଉ ହତ୍ୟାକାରୀ ସାଜିଛନ୍ତି ନାବାଳକ । ଦିଲ୍ଲୀରେ ଘଟିଛି ଏଭଳି ଦୟନୀୟ ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

live-murder-cctv-in-khyala-west-delhi
live-murder-cctv-in-khyala-west-delhi

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ମୃତ୍ୟୁର ଲୋମ ଟାଙ୍କୁରା ଦୃଶ୍ୟ । ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ମାତ୍ର ଗୋଟିଏ ଚାପୁଡ଼ାରୁ ଘଟଣା ଜୀବନ ଯିବା ଯାଏଁ ଘଟିଛି । ଆଉ ଏହି ମୃତ୍ୟୁର ଲାଇଭ ରେକର୍ଡ କରିଛି ସିସିଟିଭି କ୍ୟାମେରା । ଦିଲ୍ଲୀର ରଘୁବୀର ଅଞ୍ଚଳରେ ଜୁଲାଇ 8 ତାରିଖରେ ଘଟିଥିବା ଏହି ଘଟଣାକୁ କଏଦ କରିଛି ସିସିଟିଭି । ସବୁଠାରୁ ବଡ଼କଥା ହେଉଛି ହତ୍ୟାକାଣ୍ଡ ଭିଆଇଥିବା ହତ୍ୟାକାରୀ ହେଉଛନ୍ତି ନାବାଳକ ।

ମନୀଷକୁ ମାରିଦେଲେ ନାବାଳକ, ସିସିଟିଭିରେ କଏଦ ହତ୍ୟାର ଲାଇଭ ଦୃଶ୍ୟ

କଲୋନୀରେ ବାଇକ ଷ୍ଟଣ୍ଟ କରୁଥିବା ଲବ୍କି ନାମକ ଜଣେ ନାବାଳକକୁ ମୃତକ ମନୀଷ ତାଗିଦ କରିବା ସହ ଏକ ଚାପୁଡ଼ା ମାରିଥିଲା । ଗଳିରେ ଛୋଟ ପିଲା ଖେଳକୁଦ କରୁଛନ୍ତି, ତେଣୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବା ନେଇ ମଧ୍ୟ ମନୀଷ ବାଇକ ଚଳାଉଥିବା ଉକ୍ତ ନାବାଳକକୁ କହିଥିଲା । ପରେ ଲବ୍କିର ପରିବାର ଲୋକ ଆସି ମନୀଷକୁ ହତ୍ୟା କରିବା ନେଇ ଧମକ ଦେଇଥିଲେ । ଘଟଣା ଏପରି ହେଲା କି ମନୀଷର ପରିବାର ସଦସ୍ୟ କହିବା ପରେ ମନୀଷ ଘଟଣାକୁ ନେଇ ଭୁଲ ମଧ୍ୟ ମାଗିଥିଲା ।

ଏହାପରେ ମଧ୍ୟ ନାବାଳକ ଲବ୍କିର ରାଗ ଯାଇନଥିଲା । ଲବ୍କି ଏବଂ ତାର ତିନିଜଣ ସାଙ୍ଗ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ମନୀଷ ଏକୁଟିଆ ଆସୁଥିବାର ସୁଯୋଗ ନେଇ ତାକୁ ହତ୍ୟା କରିଛନ୍ତି ଏହି ନାବାଳକମାନେ । ଯାହାର ଭିଡ଼ିଓ କଏଦ କରିଛି ସିସିଟିଭି । ସେପଟେ ମନୀଷ ପରିବାରକୁ ଚଳାଉଥିଲା । ପରିବାରରେ ସେ ହିଁ ଏକମାତ୍ର ରୋଜଗାରକ୍ଷମ ଥିଲା ବୋଲି କହିଛନ୍ତି ମନୀଷର ଭଉଣୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.