ETV Bharat / bharat

ଭାରତୀୟ ବାୟୁସେନା ବେସ୍‌ ନିକଟରୁ ଅଫୁଟା ମୋର୍ଟାର୍‌ ବୋମା ଉଦ୍ଧାର - Rajasthan

ବୁଧବାର ସକାଳେ ରାଜସ୍ଥାନର ବିକାନେର୍‌ ସହର ଠାରୁ ପଶ୍ଚିମରେ ପ୍ରାୟ ୧୩ କିଲୋମିଟର ଦୂର ବାୟୁସେନାର ନାଲ୍‌ ଏୟାର୍‌ବେସ୍‌ ନିକଟରେ ଗୋଟାଏ ଅଫୁଟା ମୋର୍ଟାର୍‌ ବୋମା ଠାବ କରାଯାଇଛି।

ଡିଜାଇନ ଫଟୋ
author img

By

Published : Apr 3, 2019, 2:58 PM IST

ବିକାନେର୍‌: ସୁଧୁରିବାର ନା ଧରୁ ନାହିଁ ପାକିସ୍ତାନ । ବାରମ୍ବାର ସୀମାରେ ଉତ୍ତେଜନା ବୃଦ୍ଧି କରିବାରେ ବ୍ୟସ୍ତ ରହୁଛି ପାକିସ୍ତାନ ଆର୍ମି । ବୁଧବାର ସକାଳେ ରାଜସ୍ଥାନର ବିକାନେର୍‌ ସହର ଠାରୁ ପଶ୍ଚିମରେ ପ୍ରାୟ ୧୩ କିଲୋମିଟର ଦୂର ବାୟୁସେନାର ନାଲ୍‌ ଏୟାର୍‌ବେସ୍‌ ନିକଟରେ ଗୋଟାଏ ଅଫୁଟା ମୋର୍ଟାର୍‌ ବୋମା ଠାବ କରାଯାଇଛି।

ଏହି ବୋମା ଉଦ୍ଧାର ପରେ ଭାରତୀୟ ବାୟୁସେନା ଅଧିକାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

ସୂଚନା ଯୋଗ୍ୟ ଯେ ରବିବାର ବିଳମ୍ବିତ ରାତିରେ ପଞ୍ଜାବ ସୀମାନ୍ତରେ ପାକିସ୍ତାନର ୪ଟି ଏଫ୍‌-୧୬ ପସି ଆସିଥିଲା । ପାକିସ୍ତାନ ବିମାନ ଘଉଡ଼ାଇବାକୁ ଭାରତୀୟ ବାୟୁସେନା ସୁଖୋଇ-୩୦ ଓ ମିରେଜ୍‌ ୨୦୦୦ ବିମାନକୁ ନିୟୋଜିତ କରିଥିଲା ।

ନିର୍ବାଚନି ଧରପଗଡ,ରାଜଧାନୀରୁ ଡ୍ରଗସ ପେଡଲର ଗିରଫ

କମିସନରେଟ ପୋଲିସର ନିର୍ବାଚନି ଧରପଗଡ।ଏଥର ବ୍ରାଉନସୁଗାର ସପ୍ଲାୟର ନୁହେଁ ଡ୍ରଗସ ପେଡଲର ଗିରଫ।ହାଇପ୍ରୋଫାଇଲ ଡ୍ରଗ ପେଡଲର ବା ବ୍ରାଉନସୁଗାର ଡିଲରକୁ ଗିରଫ କରିଛି ପୋଲିସ। ସହିଦନଗର ଥାନା ଅଂଚଳରୁ ଜୟଦେବ ବିହାର ସ୍ଥିତ ପାଲ ହାଇଟ ହୋଟେଲ ସାମ୍ନାରୁ ଗିରଫ କରିଛି କମିସନରେଟ ପୋଲିସ। ସେମାନଙ୍କ ଠାରୁ ୩୨ ଲକ୍ଷ ଟଂଙ୍କାର ୩୨ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି ଟଂକା ଓ ମୋବାଇଲ ଫୋନ ସହ ସ୍କର୍ପିଓ କାର ଜବତ କରିଛି ପୋଲିସ। ଏହି ଗ୍ଯାଙ୍ଗର ମାଷ୍ଟରମାଇଣ୍ଡ ସୋମନାଥ ମାଝି ଓରଫ ପାକୁ କୁ ଓ ତାର ତିନି ସହଯୋଗିଙ୍କୁ ଗିରଫ କରିଛି ପୋଲିସ। ତେବେ ପାକୁ ଖୋର୍ଦା ଅଂଚଳରେ ବେସ ସକ୍ରିୟ ଥିବା ବେଳେ ଖୋର୍ଦାର ବିଭିନ୍ନ ଥାନାରେ ଡ୍ରଗସ କାରବାର ଓ ହତ୍ଯା ଉଦ୍ଯମ ଭଳି ମାମଲା ରହିଛି। ତେବେ ପାକୁ ଭୁବନେଶ୍ବରରେ ନୁଆ ନୁଆ ଡ୍ରଗସ କାରବାର ଆରମ୍ଭ କରିଥିବା ବେଳେ ଜଣେ ବଡ ସପ୍ଲାୟରକୁ ଡ୍ରଗସ ଡିଲ କରିବାକୁ ଆସିଥିଲା। ଖବର ପାଇ କୁଇକ ଆକ୍ସନ ଟିମ ଓ ସହିଦନଗର ଥାନା ପୋଲିସ ଚଢାଉ ପରେ ପାକୁ ଓ ତାର ସହଯୋଗି ଫସିଯାଇଥିଲେ। ବିଶେଷ କରି ନିର୍ବାଚନକୁ ଆଖି ଆଗରେ ରଖି ନିଶା କାରବାର ଉପରେ ଫୋକସ ଦେଇଛି କମିସନରେଟ ପୋଲିସ। ପାକୁ ଓ ତାର ସହଯୋଗି ଖୋର୍ଦାର ବେପାର କରୁଥିବା ବେଳେ ନୁଆ ନୁଆ ଭୁବନେଶ୍ବରରେ ନିର୍ବାଚନି ଚାହିଦାକୁ ଦୃଷ୍ଟିରେ ରଖି ବ୍ଯବସାୟ ଆରମ୍ଭ କରିଥିଲେ।ସଫାରି ଯୋଗେ ବିଭିନ୍ନ ସ୍ଥାନରେ  ବ୍ରାଉନସୁଗାର ବେପାରିଙ୍କୁ ଯୋଗାଉଥିଲେ ପରେ ସେହି ପୁଡିଆ ଖୁଚୁରା ବେପାରି ଯୋଗେ ଗ୍ରାହାକଂକ ନିକଟେ ପହଂଚୁଥିଲା ବ୍ରାଉନସୁଗାର। ହେଲେ କମିସନରେଟ ପୋଲିସ ହାତରେ ଫସିବା ପରେ ପୋଲିସ ପାକୁ ନାରେ ୧୧୦ ଲଗାଇବା ପାଇଁ ଯୋଜନା କରୁଛି।ଏବେ ଏନଡିପିଏସ ଆକ୍ଟ ୨୧ବି ,ଆର୍ମସ ଆକ୍ଟରେ ଗିରଫ କରିଛି ପୋଲିସ।
ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି।
ମୋଜୋରେ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.