ବର୍ତ୍ତମାନ ସମୟରେ ଲୋକେ ଦୈନନ୍ଦିନ କାର୍ଯ୍ୟରେ ଏତେ ବ୍ୟସ୍ତ ରହିଯାଉଛନ୍ତି କି ନିଜ ବିଷୟରେ ଭାବିବାକୁ ଭୁଲିଯାଉଛନ୍ତି। ଯାହାଫଳରେ କମ ବୟସରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଚିନ୍ତା ମାଡିବସୁଛି। ରୋଗ ବା ଶାରୀରିକ ସମସ୍ୟା ମଣିଷକୁ ଯେତିକି ଦୁର୍ବଳ କରେନି ତା ଅପେକ୍ଷା ଦୁଃଶ୍ଚିନ୍ତା ଅଧିକ ଦୁର୍ବଳ କରିଦିଏ।
କଥାରେ ଅଛି 'ଲୁଣ ଖାଏ ହାଣ୍ଡି,ଚିନ୍ତା ଖାଏ ଗଣ୍ଡି'। ଏହି ଦୁଃଶ୍ଚିନ୍ତାରୁ ଦୂରେଇ ରହିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି। ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏଭଳି ପରିସ୍ଥିତିରେ ବିନା ମେଡିସିନରେ ଚିନ୍ତା ଦୂରେଇବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଆସନ୍ତୁ ଜାଣିବା ସେଗୁଡିକ କ'ଣ...
1. ଅନେକ ସମୟରେ ଦେଖିଥିବେ ଫୋନରେ କଥା ହେବା ପରେ କିଛି ଲୋକଙ୍କ ଜୀବନରେ ଅବସାଦ ବଢିଯାଇଥାଏ। ଚିନ୍ତାମୁକ୍ତ ହେବାକୁ ଚାହୁଁଥିଲେ ଫୋନକୁ ଅଫ କରି ରଖିଦିଅନ୍ତୁ। ମୋବାଇଲ ଫୋନ ଅପେକ୍ଷା ଆମେ ନିଜକୁ କିଛି ସମୟ ପାଇଁ ଶାନ୍ତ ରଖିବାକୁ ପଡିବ। ଏହି ଟ୍ରିକ ଆପଣାଇବା ପରେ ଦିନେ ନା ଦିନରେ ଆପଣ ଏହି ଖୁସିର ରାଜ ଜାଣିପାରିବେ।
2. ସବୁବେଳେ ଜୀବନରେ ନିୟମିତତା ରହିବା ଦରକାର। ଅନେକ ସମୟରେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆମେ ତାହାକୁ କରିବା ପାଇଁ ଦ୍ବନ୍ଦରେ ପଡିବା ସହ ଚିନ୍ତାରେ ପଡିଯାଉ। ଏଭଳି ପରିସ୍ଥିତିରେ ସବୁବେଳେ ଶାନ୍ତ ରହିବା ଜରୁରୀ।ଏହାପରେ ଆଖି ବନ୍ଦ କରି କିଛି ସମୟ ପାଇଁ ଦୀର୍ଘ ନିଶ୍ବାସ ନିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଖୁସି ମିଳିବା ସହ ବ୍ୟବହାରରେ ପରିବର୍ତ୍ତନ ହୋଇଯିବ।
3.ଅନେକ ସମୟରେ ଗବେଷଣାରୁ ଜଣାପଡିଛି କି,ସଙ୍ଗୀତ ଅବସାଦର ମହୋଷୌଧି। ଚିନ୍ତା ମୁକ୍ତ ରହିବା ପାଇଁ ସଙ୍ଗୀତ ଶୁଣିପାରିବେ।
4.କିଛି ବ୍ୟକ୍ତି ସମସ୍ତଙ୍କ ଗହଣରେ ରହିଲେ ବି ଏକାକୀ ଅନୁଭବ କରନ୍ତି। ଅବସାଦ କେବେ ବି ଏମାନଙ୍କ ପାଖ ଛାଡେନି। ଏଭଳି ବ୍ୟକ୍ତିବିଶେଷ ଯଥାଶୀଘ୍ର ପଢିବା, ଲେଖିବା ଓ ଚିତ୍ର ଆଙ୍କିବା ଦରକାର।
5. ସକାଳୁ ସକାଳୁ ଦୌଡିବା ଆରମ୍ଭ କରନ୍ତୁ। ଶୁଦ୍ଧ ବାୟୁ ନିଶ୍ବାସରେ ଯିବା ଫଳେ ମସ୍ତିସ୍କ ସଠିକ୍ ଭାବେ କାର୍ଯ୍ୟ କରିଥାଏ। ଯାହାଫଳରେ ଛୋଟ ଛୋଟ ଘଟଣାକୁ ନେଇ ଆପଣ ଖୁବ୍ ଶୀଘ୍ର ଉତକ୍ଷିପ୍ତ ହେବେନି। ଚାକିରୀ
କରୁଥିବା ଲୋକେ ସପ୍ତାହକୁ ଥରେ ଏହା କରିବା ଜରୁରୀ।